କମିସନରେଟ ପୁଲିସ କବଜାରେ ୫ଜଣିଆ ଲୁଟେରା ଗ୍ୟାଙ୍ଗ: କୁଖ୍ୟାତ ଠକ ବିକାଶ ସ୍ୱାଇଁ ଗିରଫ

Advertisment
କମିସନରେଟ ପୁଲିସ  କବଜାରେ ୫ଜଣିଆ ଲୁଟେରା ଗ୍ୟାଙ୍ଗ: କୁଖ୍ୟାତ ଠକ ବିକାଶ ସ୍ୱାଇଁ ଗିରଫ

twitter

ଭୁବନେଶ୍ବର: କମିସନରେଟ ପୁଲିସ ୫ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଛି। ସହିଦନଗର ପୁଲିସ ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଛି। ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ଜିଲ୍ଲାରେ ଲୁଟ କରୁଥିବା ସନ୍ଦେହ କରୁଛି ପୁଲିସ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ କହିଛନ୍ତି, ପ୍ରଥମେ ଗ୍ୟାଙ୍ଗର ସଦସ୍ୟମାନେ ବାଇକ ଚୋରି କରୁଥିଲେ, ପରେ ଚୋରି ବାଇକରେ ଲୁଟ କରୁଥିଲେ। ରେଳଷ୍ଟେସନ, ବସଷ୍ଟାଣ୍ଡ, ମେଡିକାଲ ଓ ଅଟୋଷ୍ଟାଣ୍ଡ ଆଦିରେ ଚୋରି କରନ୍ତି ଏହି ଗ୍ୟାଙ୍ଗ। ଅନ୍ୟତମ ଅଭିଯୁକ୍ତ ପ୍ରଶାନ୍ତ ଘଡେଇ ନାଁରେ ଏକାଧିକ ମାମଲା ରହିଛି। ସହିଦନଗର ଥାନା ହେପାଜତରୁ ଦୁଇ ଦୁଇ ଥର ଫେରାର ହୋଇଛି ପ୍ରଶାନ୍ତ। ବର୍ତ୍ତମାନ ଭୁବନେଶ୍ୱର ୭ଟି ଥାନାରେ ଏମାନେ ଚୋରି କରିଛନ୍ତି। ୧୨ଟି ମାମଲାରେ ଏମାନଙ୍କୁ ଆଜି କୋର୍ଟଚାଲାଣ କରାଯାଉଛି। ୫ଟି ଭ୍ୟାନିଟ ବ୍ୟାଗ ଚୋରି କରିଥିଲେ। ମର୍ଣ୍ଣି ୱାକ କରୁଥିବା ଲୋକଙ୍କୁ ମୁଖ୍ୟତଃ ସେମାନେ ଟାର୍ଗେଟ କରୁଛନ୍ତି।
ସହିଦ ନଗର ପୋଲିସ ହାତରେ କୁଖ୍ୟାତ ଠକ ବିକାଶ ସ୍ୱାଇଁ। ଠକକୁ ଗିରଫ କରିଛି ସହିଦନଗର ଥାନା ପୁଲିସ ଠକ ନାଁରେ କମିସନରେଟ ପୁଲିସରେ ୪ଟି ମାମଲା ରହିଛି। ବିଏମସିରେ ବୁଥ କରେଇ ଦେବ କହି ବିକାଶ ଠକେଇ କରିଥିଲା। ନଜକୁ ବିଏମସିର କର୍ମଚାରୀ କହି ମହିଳାଙ୍କ ବିଶ୍ୱାସ ଜନ୍ମାଇ ତାଙ୍କ ଠାରୁ ୧ ଲକ୍ଷ ୨୪ ହଜାର ଟଙ୍କା ନେଇଥିଲା ବିକାଶ। ପରେ ସେ ଆହୁରି ୨୪ ହଜାର ଟଙ୍କା ମାଗୁଥିଲା। ଅଭିଯୋଗକାରିଣୀ ପ୍ରତିମା ସାହୁ ଥାନାରେ ଅଭିଯୋଗ କରିବା ପରେ କୁଖ୍ୟାତ ଠକ ବିକାଶ ସ୍ୱାଇଁକୁ ଗିରଫ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe