ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ପୁଲିସର ଲାଠିଚାର୍ଜ: ରାଜଧାନୀରେ ଏସ୍‌ୟୁସିଆଇର ବିକ୍ଷୋଭ

Advertisment
ଜମିବିବାଦକୁ ନେଇ ସଂପର୍କୀୟ ଭାଇଙ୍କ ମରଣାନ୍ତକ ଆକ୍ରମଣ: ୩ ଗୁରୁତର, ୩ ଅଭିଯୁକ୍ତ ଗିରଫ

Bangalore Mirror

ଭୁବନେଶ୍ବର: ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ରଣକ୍ଷେତ୍ର ପାଲିଟିଥିବା ଜଗତସିଂହପୁର ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ପୁଲିସର ଲାଠିଚାର୍ଜ ଓ ଗିରଫ ପ୍ରତିବାଦରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ମାଷ୍ଟରକ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଢିଙ୍କିଆରୁ ପୁଲିସ ପ୍ରତ୍ୟାହାର, ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଖଲାସ, ଲୋକଙ୍କ ଉପରେ ଲାଗିଥିବା ମାମଲା ପ୍ରତ୍ୟାହାର ଦାବି କରିଛି ଏସ୍‌ୟୁସିଆଇ।

ଏସୟୁସିଆଇ ଅଭିଯୋଗ ଅନୁଯାୟୀ, ଢିଙ୍କିଆ ଗ୍ରାମବାସୀମାନେ ଉକ୍ତ ଜମିରେ ପାନ ଚାଷ, ଧାନ ଚାଷ ଓ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି। ଉକ୍ତ ଅଞ୍ଚଳରେ କାରଖାନା ପ୍ରତିଷ୍ଠା କରି ସେମାନଙ୍କ ଜୀବିକା ମାରିବାକୁ ବସିଛି ପ୍ରଶାସନ। ଏମିତି ଆଗରୁ ୧୦ ବର୍ଷପୂର୍ବେ ଅଞ୍ଚଳବାସୀମାନେ ପ୍ରତିବାଦ କରିବାରୁ ପୋସ୍କୋ କମ୍ପାନି ହଟିଥିଲା। କିନ୍ତୁ ପୁଣିଥରେ ରାଜ୍ୟ ସରକାର ସେହି ଜମିରେ ଜିନ୍ଦଲ କମ୍ପାନିର କାରଖାନା ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେବା ଅଞ୍ଚଳବାସୀଙ୍କ ପ୍ରତି ଅନ୍ୟାୟ। ଏହାକୁ ଲୋକେମାନେ ବିରୋଧ କରିବାରୁ ପୁଲିସ ବଳ ଲଗାଇ ଗିରଫ କରିବା ଏବଂ ଲାଠିଚାର୍ଜ କରି ଦମନଲୀଳା କରୁଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ସାରା ଏସୟୁସିଆଇ ପକ୍ଷରୁ ପ୍ରତିବାଦ କରାଯାଇଛି। ବିକ୍ଷୋଭରେ ପୂର୍ଣ୍ଣଚନ୍ଦ୍ର ବେହେରା, ସ୍ବୟଂପ୍ରଭା ନାୟକ, ସନ୍ତୋଷ ରଥ, ନିରଞ୍ଜନ ମହାନ୍ତି, ସୁଭାଷ ନାୟକ, ଗଣେଷ ତ୍ରିପାଠୀ, ପ୍ରଭାମଞ୍ଜୁଳା ବ୍ରହ୍ମ, ବିଜୟଲକ୍ଷ୍ମୀ ପାତ୍ର, ନସିମ ସରକାର, ସ୍ବସ୍ତିସଙ୍ଗୀତା ଦଳାଇ, ସପ୍ତର୍ଷୀନି ରାଉଳ, ସୁନିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe