ଶିଖରଚଣ୍ଡୀ ପାହାଡ଼ରେ ଅଘଟଣ : ୪ ଯୁବକଙ୍କୁ ପୁଲିସର ନିସ୍ତୁକ ମାଡ଼

Advertisment
ଶିଖରଚଣ୍ଡୀ ପାହାଡ଼ରେ ଅଘଟଣ : ୪ ଯୁବକଙ୍କୁ ପୁଲିସର ନିସ୍ତୁକ ମାଡ଼

ଭୁବନେଶ୍ୱର : ଶିଖରଚଣ୍ଡୀକୁ ଭୋଜି କରିବାକୁ ଯାଇଥିବା ୪ ଜଣ ଯୁବକଙ୍କୁ ଇନ୍‌ଫୋସିଟି ଥାନା ପୁଲିସ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମାଡ଼ ଖାଇଥିବା ଯୁବକମାନେ ‘ସମ୍ବାଦ’ ଅଫିସ୍‌ରେ ପହଞ୍ଚି ଏଭଳି ଅଭିଯୋଗ କରିଛନ୍ତି। ପୁଲିସର ମାଡ଼ରେ ବସନ୍ତ କୁମାର ନାୟକ ଓ ତାଙ୍କ ସହଯୋଗୀମାନେ ଗୁରୁତର ଭାବେ ଆହତ ହୋଇଛନ୍ତି।

ବସନ୍ତଙ୍କ କହିବା ଅନୁଯାୟୀ ସେମାନେ ଭୋଜି କରୁଥିଲେ। ଏହି ସମୟରେ ସେଠାରେ ହଠାତ୍‌ ଇନ୍‌ଫୋସିଟି ଥାନା ପୁଲିସ ପହଞ୍ଚି ଯୁବକମାନଙ୍କୁ ମାଡ଼ ମାରିଥିଲା। ମାଡ଼ ଖାଇଥିବା ଯୁବକମାନେ କହିଛନ୍ତି ସେମାନେ ସେଠାରେ କୌଣସି ପାଟିତୁଣ୍ଡ କିମ୍ବା ଗଣ୍ଡଗୋଳ କରୁ ନ ଥିଲେ। ମାତ୍ର ପୁଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ଆଣି ଗଣି ଗଣି ୨୦ ପାହାର ଲେଖା ପିଟିବା ସହିତ ପ୍ରତ୍ୟେକଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରିଛି। ତେବେ ସାଧାରଣ ଲୋକଙ୍କୁ ପୁଲିସ ଏଭଳି ପିଟିବା ପୁଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ତେବେ ଯୁବକମାନଙ୍କ ଏଭଳି ମାଡ଼ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇନ୍‌ଫୋସିଟି ଥାନା ଇନ୍ସପେକ୍ଟର ବନିତା ମହାରଣା। ସେ କହିଛନ୍ତି ଯେ ସଂପୃକ୍ତ ଯୁବକମାନେ ସେଠାରେ ମଦ୍ୟପାନ କରି ଉତ୍ପାତ କରୁଥିଲେ ଏବଂ ସେଠାକୁ ଆସିଥିବା ଅନ୍ୟ ଏକ ପରିବାରର ମହିଳାଙ୍କୁ ହଇରାଣ କରୁଥିଲେ। ଏ ନେଇ ଜଣେ ମହିଳା ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବାରୁ ପୁଲିସ ତୁରନ୍ତ ଶିଖରଚଣ୍ଡୀ ପାହଡ଼ରେ ପହଞ୍ଚି ଯୁବକମାନଙ୍କୁ ଥାନାକୁ ଆଣି ଫାଇନ୍‌ କାଟିବା ପରେ ଛାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe