ପ୍ରେମରେ ଧୋକା ଖାଇଥିବା ଯୁବତୀଙ୍କୁ ପୁଲିସ ମାଡ଼!

ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ୨ ଅଟକ

Telegraph India

ଭୁବନେଶ୍ବର : ପ୍ରେମିକ ଧୋକା ଦେଲା। ବିବାହ ପ୍ରତିଶ୍ରୁତି ପରେ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କଲା। ଏନେଇ ଅଭିଯୋଗ କରିବା‌ ପରେ ପୁଲିସ ନ୍ୟାୟ ଦେବ କ’ଣ ଓଲଟା ତାଙ୍କୁ ମାଡ଼ ମାରି ଥାନାରୁ ଘଉଡ଼ାଇ ଦେଇଛି। ଆଜି ଜଣେ ଯୁବତୀ ସହିଦନଗର ଥାନା ପୁଲିସ ବିରୋଧରେ ଏଭଳି ସଂଗିନ୍ ଅଭିଯୋଗ ଆଣିଛନ୍ତି।

ଯୁବତୀଙ୍କ ଅଭିଯୋଗ ଅନୁସାରେ ପ୍ରତାରକ ଯୁବକଟି ତାଙ୍କ ସହ ଫେସ୍‌ବୁକ୍‌ରେ ବନ୍ଧୁତା ପ୍ରତିଷ୍ଠା କଲା। ଧୀରେଧୀରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା ଓ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ନିଷ୍ପତ୍ତି ନେଲେ। ବିବାହ ପ୍ରତିଶ୍ରୁତି ପାଇବା ପରେ ସେ ଯୁବକଙ୍କ ଅନୁରୋଧରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ। ମାତ୍ର ଏବେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇଛି। ଅନ୍ତରଂଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଇ ଚୁପ୍‌ ରହିବାକୁ କହୁଛି। ତେଣୁ ନ୍ୟାୟ ପାଇଁ ଆଜି ସେ ସହିଦନଗର ଥାନାର ଦ୍ବାରସ୍ଥ ହୋଇଥିଲେ। ମାତ୍ର ପୁଲିସ ଅଭିଯୋଗ ରଖିବା ବଦଳରେ ଓଲଟା ଗାଳିଗୁଲଜ କରିଥିଲା ବୋଲି ସେ କହିଛନ୍ତି। ଏମିତିକି ପୁଲିସ ତାଙ୍କୁ ମାଡ଼ ମାରିଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। କିନ୍ତୁ ଥାନା ପକ୍ଷରୁ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe