ସଟଡାଉନ୍ ପରେ ସହରରେ ପୁଲିସ ଛାଉଣି, ବୁଲି‌ଲେ କମିସନର୍‌

Advertisment
ସଟଡାଉନ୍ ପରେ ସହରରେ ପୁଲିସ ଛାଉଣି, ବୁଲି‌ଲେ କମିସନର୍‌

ଭୁବନେଶ୍ବର: ସଟ୍‌ଡାଉନ୍‌ ଘୋଷଣା ହେବା ପରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପୁଲିସ ଛାଉଣି ହୋଇ ଯାଇଛନ୍ତି। ସବୁ ଛକ, ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ସମେତ ବିଭିନ୍ନ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ରାତି ୮ଟା ପରଠାରୁ ଯିବା ଆସିବା କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ ଆରମ୍ଭ ହୋଇଯାଇଛି। ଏହାସହ ସବୁ ଥାନା ଆଇଆଇସି ନିଜ ଅଞ୍ଚଳ ବୁଲି ବୁଲି ଦୋକାନ ବଜାର ବନ୍ଦ କରିଛନ୍ତି। ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ସହରର ବିଭିନ୍ନ ଅଞ୍ଚଳ ବୁଲି ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe