ସିଧା ପ୍ରସାରଣରେ ପୁଲିସ କମିସନର, ଓଜନ କମାଇବାର ଉପାୟ ବତାଇଲେ

ସିଧା ପ୍ରସାରଣରେ ପୁଲିସ କମିସନର, ଓଜନ କମାଇବାର ଉପାୟ ବତାଇଲେ

ଭୁବନେଶ୍ବର : କମିସନରେଟ୍‌ ପୁଲିସ ଇତିହାସରେ ନୂଆ ଘଟଣା ଘଟିଛି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ସୋସିଆଲ ମିଡିଆ ଟ୍ବିଟର୍‌ ଓ ଫେସ୍‌ବୁକ୍‌ ଜରିଆରେ ଲୋକମାନଙ୍କର ପ୍ରଶ୍ନର ସିଧାସିଧା ଉତ୍ତର ରଖିଛନ୍ତି। ‘ଆସ୍କ ୟୋର ସିପି’ କାର୍ଯ୍ୟକ୍ରମ ଜରିଆରେ ସେ ଟ୍ରାଫିକ୍‌, ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଉପରେ ୩ଶହ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମର ହାସ୍‌ଟ୍ୟାଗ୍‌ ‘ଆସ୍କ ମି ଏନିଥିଙ୍ଗ୍‌’ ରହିଥିବାରୁ ଲୋକମାନେ ଓଜନ କମାଇବା ଓ ସ୍ଲିମ୍‌ ରହିବା ପାଇଁ ସିପିଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ। ତାହାର ଉତ୍ତର ମଧ୍ୟ ପୁଲିସ କମିସନର୍‌ ରଖିଥିଲେ। ଭାତ ଓ ରୁଟି(ଶର୍କରା ଜାତୀୟ) ଛାଡ଼ି କେବଳ ସାଲାଡ୍‌, ଦହି, ଓ ଫଳ ଖାଇବାକୁ ପରାମର୍ଶ ଦେଇଥିଲେ। ଏବେ ଅଧିକ ମୋବାଇଲ୍‌ ଛିନ୍‌ତାଇ ହେଉଥିବାରୁ ଇ-ଥାନା ଖୋଲିବାକୁ ଯାଉଛି। ଲୋକମାନଙ୍କୁ ଥାନା ଆସିବାକୁ ପଡ଼ିବ ନାହିଁ। ମୋବାଇଲ କିମ୍ବା ଗାଡ଼ି ଚୋରିର ଅଭିଯୋଗ ଇ-ଥାନାରେ କରିପାରିବେ ବୋଲି କମିସନର୍‌ ଶ୍ରୀ ଷଡ଼ଙ୍ଗୀ କହିଥିଲେ।

ଟ୍ବିଟର ଜରିଆରେ ଆସିଥିବା ୩ଶହ ପ୍ରଶ୍ନକୁ ୧୦ଟି ଭାଗରେ ବିଭକ୍ତ କରାଯାଇଥିଲା। ସେଥିମଧ୍ୟରୁ ଟ୍ରାଫିକ୍‌ ନିୟମ ଓ ଟ୍ବିନ୍‌ ସିଟିର ସମସ୍ୟାକୁ ନେଇ ସର୍ବାଧିକ ୧୧୦ ପ୍ରଶ୍ନ ରହିଥିଲା। ଏହାଛଡ଼ା ମହିଳା, ଥାନାରେ ଦୁର୍ବ୍ୟବହାର, ଜମିଜମା, ବରିଷ୍ଠ ନାଗରିକ, ନିରାପତ୍ତା ଓ ସୁରକ୍ଷା ଏବଂ ଅନ୍ୟାନ୍ୟ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe