ଘର ମାଲିକଙ୍କ ଦାଦାଗିରି: ଭଡ଼ା ଘରୁ ଲାଇନ୍‌, ପାଣି କାଟିଦେଲେ

ପୁଲିସର ଆଶ୍ରୟ ନେଲେ ଭଡ଼ାଟିଆ

ନାବାଳିକା ଅନ୍ତସତ୍ତ୍ବା, ଯୁବକ ଫେରାର, ପୁଲିସ କମିସନରଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତା

photo by : Times Now

ଭୁବନେଶ୍ବର: ୟୁନିଟ୍-୮ ସ୍ଥିତ ନୀଳଟାଙ୍କି ବସ୍ତିରେ ଆଜି ଜଣେ ଘର ମାଲିକଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା। ସେ ଘରଭଡ଼ା ଦେଇଥିବା ବ୍ୟକ୍ତିଙ୍କୁ ଘରୁ ବାହାରି ଯିବାକୁ ଧମକ ଚମକ ଦେବା ସହ ବିଦ୍ୟୁତ୍‌ ଓ ପାଣି ଲାଇନ୍‌ କାଟି ଦେଇଛନ୍ତି। ଏନେଇ ୨ ବର୍ଷ ଧରି ଭଡ଼ାରେ ରହୁଥିବା ସଞ୍ଜୟ ବିଶ୍ବାଳ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

‌ସଞ୍ଜୟ ଅଭିଯୋଗରେ ଦର୍ଶାଇଛନ୍ତି ଯେ, କିଛିଦିନ ତଳେ ଘରମାଲିକ ଘର ଛାଡ଼ିବା ପାଇଁ ତାଙ୍କୁ କହିଥିଲେ। ଯେହେତୁ ସଞ୍ଜୟ ସ୍ଥାନୀୟ ଏକ ସ୍କୁଲରେ ଦୁଇ ଝିଅଙ୍କ ନାମ ଲେଖାଇଥିଲେ ତେଣୁ ପାଠପଢ଼ା ପଢ଼ିରେ ସମସ୍ୟା ହେବ କହି ଘର ମାଲିକଙ୍କୁ ବୁଝାଇଥିଲେ। ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ପରେ ସଞ୍ଜୟଙ୍କୁ ରହିବା ପାଇଁ ଘର ମାଲିକ କହିଥିଲେ। ‌ସଞ୍ଜୟ ରହୁଥିବା ଭଡ଼ା ଘରଟି ଫନି ଯୋଗୁଁ ଭାଙ୍ଗି ଯାଇଥିଲା। ସେ ଘରକାମ କରାଉଥିଲେ। ଘରକାମ ଶତକଡ଼ା ୯୦ ଭାଗ ଶେଷ ହୋଇ ଯାଇଥିବା ବେଳେ ଆଜି ଆଜବେଷ୍ଟସ୍‌ ପକାଇବା ସମୟରେ ଘର ମାଲିକ କିଛି ଅସାମାଜିକ ଲୋକଙ୍କ ସହାୟତାରେ କାମ ବନ୍ଦ କରିଥିଲେ ଓ ସଙ୍ଗେସଙ୍ଗେ ଲାଇନ୍‌ ଓ ପାଣି ସଂଯୋଗ କାଟି ଦେଇଥିଲେ। ଆଉ ତାଙ୍କୁ ଘରୁ ବାହାରିଯିବାକୁ ଧମକ ଦେଇଥିଲେ ବୋଲି ସଞ୍ଜୟ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe