ଜଟଣୀରେ ପୁଲିସ-ଅପରାଧୀ ମୁହାଁମୁହିଁ: ୪ ଗିରଫ, ଖସିଗଲେ ଦୁଇ ଭାଇ

Advertisment

୨୧ ରାଉଣ୍ଡ ଗୁଳି, ୭ ବୋମା ଜବତ, ଦାଦାବଟି, ନିଶା କାରବାରରେ ସମ୍ପୃକ୍ତ

୨୧ ରାଉଣ୍ଡ ଗୁଳି, ୭ ବୋମା ଜବତ, ଦାଦାବଟି, ନିଶା କାରବାରରେ ସମ୍ପୃକ୍ତ

ଜଟଣୀରେ ପୁଲିସ-ଅପରାଧୀ ମୁହାଁମୁହିଁ: ୪ ଗିରଫ, ଖସିଗଲେ ଦୁଇ ଭାଇ

ଭୁବନେଶ୍ବର/ଜଟଣୀ: ଜଟଣୀ ଅଞ୍ଚଳରେ ଦାଦାବଟି ଆଦାୟ, ଗଣ୍ଡଗୋଳ କରି ଆତଙ୍କ ସୃଷ୍ଟି କରୁଥିବା ୪ଜଣ ଦୁର୍ଦ୍ଦାନ୍ତ ଅପରାଧୀ ପୁଲିସ ହାତରେ ଧରା ପଡ଼ିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବା ସହ ୨୧ ରାଉଣ୍ଡ ଅଫୁଟା ଗୁଳି ଓ ୭ଟି ବୋମା ଜବତ କରିଛି। ଘଟଣାସ୍ଥଳରୁ ଗ୍ୟାଙ୍ଗ ମୁଖ୍ୟ ମାନସ ଦଳେଇ ଓ ତା’ ଭାଇ ଫେରାର୍‌ ହୋଇଯାଇଛନ୍ତି। ଅଭିଯୁକ୍ତମାନେ ହେଲେ, ଜଟଣୀ ନଟି ମଙ୍ଗଳା ସାହିର ସୁବାସ ପ୍ରଧାନ ଓରଫ ରାଜେଶ, ସହିଦନଗର ପଥରବନ୍ଧ ବସ୍ତିର ଜିତେନ୍ଦ୍ର ପ୍ରଧାନ ଓରଫ ମୁନା, ଜଟଣୀ ପାଇକରାପୁରର ବିକ୍ରମ ଜେନା ଓ ବିକାଶନଗର ଅଞ୍ଚଳର ବିଶ୍ବରଞ୍ଜନ ମହାନ୍ତି ଓରଫ ଲୁଟୁ।

ଅତିରିକ୍ତ ପୁଲିସ କମିସନର ଅନୁପ ସାହୁଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏହି ଗ୍ୟାଙ୍ଗ ରାଜଧାନୀ ସମେତ ଉପକଣ୍ଠରେ ଏକାଧିକ ଅପରାଧରେ ସଂପୃକ୍ତ। ଏମାନଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଲୁଟ ଭଳି ସାଂଘାତିକ ମାମଲା ରହିଛି। ଗତକାଲି ଅପରାହ୍‌ଣରେ ଏହି ଗ୍ୟାଙ୍ଗ ଜଟଣୀ- ନୂଆଗାଁ- ହରି ଭାଇନା ଛକରେ ଆତଙ୍କ ସୃଷ୍ଟି କରୁଥିଲେ। ଖବର ପାଇ ଜଟଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅପରାଧୀ ଖସି ଯିବାକୁ ଉଦ୍ୟମ କରିଥିଲେ। ପୁଲିସ ସହ ବେଶ୍ କିଛି ସମୟ ଧରି ସେମାନଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଶେଷରେ ପୁଲିସ ୪ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ମାନସ ଦଳେଇ ଓ ତା’ ଭାଇ ପୁଲିସକୁ ଚକମା ଦେଇ ଫେରାର୍ ହୋଇଯାଇଥିଲେ। ପରେ ମାନସର ଘରେ ଚଢ଼ଉ କରିବା ବେଳେ ଗୁଳିଗୋଳା, ବୋମା ଆଦି ଜବତ ହୋଇଥିଲା। ମାନସ ଓ ତା’ ଭାଇ ନାଁରେ ଜଟଣୀ ଅଞ୍ଚଳରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ମାମଲା ରହିଛି। ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଚଢ଼ଉ ଜାରି ରଖିଛି। ଜଟଣୀ ଥାନା ପୁଲିସ୍‌ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe