ନିଶା ମାଫିଆ କୃଷ୍ଣଚନ୍ଦ୍ର ନାଥଙ୍କ ଘରେ ପଶିଲା ବୁଲଡୋଜର

Advertisment
ନିଶା ମାଫିଆ କୃଷ୍ଣଚନ୍ଦ୍ର ନାଥଙ୍କ ଘରେ ପଶିଲା ବୁଲଡୋଜର

ଭୁବନେଶ୍ବର: ପୁଲିସ ଟାର୍ଗେଟରେ ନିଶା ମାଫିଆ। ନିଶା ମାଫିଆଙ୍କ ବେଆଇନ ସମ୍ପତ୍ତିକୁ ନଷ୍ଟ କଲା ପୁଲିସ। ଭୁବନେଶ୍ବରରେ ନିଶା କାରବାର ଚଳାଇଥିବା ନିଶା ମାଫିଆ କୃଷ୍ଣଚନ୍ଦ୍ର ନାଥଙ୍କ ଘରେ ପଶିଲା ବୁଲଡୋଜର। କଳାରାହାଙ୍ଗା ଅଞ୍ଚଳରେ ନିଜର ନିଶା ସାମ୍ରାଜ୍ୟ ଜମାଇଥିବା କୃଷ୍ଣଙ୍କ ଘରେ ବୁଲଡୋଜର ପଶି ଭାଙ୍ଗିଦେଇଛି ଘର।

କଳାରାହାଙ୍ଗା ଅଞ୍ଚଳରେ ବେଆଇନ ଭାବେ ଦେଢ ଏକରରୁ ଅଧିକ ଜାଗା ଜବରଦଖଲ କରିଥିଲା କୃଷ୍ଣ। ପୁଲିସ ଓ ବିଡିଏର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ହୋଇଛି। କୃଷ୍ଣଙ୍କୁ ଗିରଫ କରିବା ପରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପୁଲିସ ଓ ବିଡିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe