ଜୟଦେବ ବାଟିକା ରାସ୍ତାରେ ଗୁଳିକାଣ୍ତ ମାମଲା: ଅପରାଧୀଙ୍କ ଟେର୍‌ ପାଉନି ପୁଲିସ

Advertisment
ଆମେରିକାରେ ଗୁଳିକାଣ୍ଡ, ୮ ମୃତ

ଖଣ୍ତଗିରି: ରବିବାର ରାତିରେ ସ୍ଥାନୀୟ ଜୟଦେବ ବାଟିକା ରାସ୍ତାରେ ଘଟିଥିବା ଗୁଳିକାଣ୍ତ ମାମଲାରେ ସମ୍ପୃକ୍ତ ଅପରାଧୀମାନଙ୍କ ଟେର‌୍‌ ପାଉନି ପୁଲିସ। ଗୁଳିମାଡ଼ର ଶିକାର ପ୍ରୀତମ୍‌ ଜେନାମଣି ଓ ତାଙ୍କ ବନ୍ଧୁମାନଙ୍କଠାରୁ ପୁଲିସ ଅସ୍ପଷ୍ଟ ବୟାନ୍‌ ପାଉଥିବାରୁ ତଦନ୍ତ ବାଟବଣା ହେଉଥିବା ଜଣାପଡ଼ିଛି। ଫଳରେ ଅପରାଧୀମାନଙ୍କୁ ଠାବ କରିବାରେ ସମସ୍ୟା ହେଉଛି। ପ୍ରୀତମ୍‌ ଓ ତାଙ୍କ ବନ୍ଧୁମାନେ ଯେଉଁ ସ୍ଥାନକୁ ନେଇ ବୟାନ୍‌ ଦେଉଛନ୍ତି, ପୁଲିସ ସେହି ସବୁ ସ୍ଥାନରେ ଛାନ୍‌ଭିନ୍‌ ଚାଳଇଛି। ମାତ୍ର ଗୁଳିର ଖୋକା ମିଳି ପାରିନାହିଁ। ତେଣୁ ପ୍ରକୃତରେ ଗୁଳିକାଣ୍ତର ସ୍ଥାନ ଏବେ ବି ପୁଲିସ ପାଇଁ ଅପହଞ୍ଚ ହୋଇ ରହିିଛି। ଗୁଳିଟି ପ୍ରୀତମ୍‌ଙ୍କ ଡାହାଣ କାନ୍ଧର ପଛକୁ ବାଜିଥିବାରୁ ପୁଲିସ ସନ୍ଦେହରେ ପଡ଼ୁଛି। ଅପରାଧୀମାନେ ସମ୍ମୁଖ ପଟୁ ଗୁଳି ମାଡ଼ କରିବା କଥା। ମାତ୍ର ଏ କ୍ଷେତ୍ରରେ ସେମିତି ଘଟି ନଥିବା ଜଣାପଡ଼ିଛି। ତେଣୁ ଗୁଳିମାଡ଼ବେଳେ ପ୍ରୀତମ୍‌ ତାଙ୍କ ଗାଡ଼ି ଭିତରେ ଥିଲେ କି ବାହାରେ ଥିଲେ, ତାହା ଜଣାପଡ଼ୁନାହିଁ। ସେହିଭଳି ଅପରାଧୀମାନେ ବ୍ୟବହାର କରୁଥିବା ଗାଡ଼ିକୁ ନେଇ ମଧୢ ଚିତ୍ର ଅସ୍ପଷ୍ଟ ରହିଛି। କିଏ ପିକ୍‌ ଅପ୍‌ ଭ୍ୟାନ୍‌ କଥା କହୁଛି ତ କିଏ ଟାଟା ଏସି ଗାଡ଼ି କଥା କହୁଛି। ଏମିତି ଅନେକ କାରଣକୁ ନେଇ ପୁଲିସ ଅଡ଼ୁଆ ସୂତାରେ ଛନ୍ଦି ହୋଇପଡ଼ିଥିବା ଜଣାପଡ଼ିଛି। ତଥାପି ତଦନ୍ତ ଜାରି ରହିଛି ଓ ଅପରାଧୀମାନଙ୍କୁ ଠାବ କରିବ ବୋଲି ପୁଲିସ ଆଶାବାଦୀ ଥିବା ସୂଚନା ମିଳିଛି। ସୁଚନାେଯୋଗ୍ୟ ଯେ ପ୍ରୀତମ୍‌ ଓ ତାଙ୍କ ଅନ୍ୟ ୩ ବନ୍ଧୁ ରବିବାର ଘାଟିକିଆ ଅଞ୍ଚଳରୁ ଭୋଜି ଖାଇ ଫେରିବାବେଳେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe