ବିନା ମାସ୍କରେ ମାସ୍କ ଯାଞ୍ଚ, ହଟହଟା ହେଲା ପୁଲିସ୍‌

Advertisment
ବିନା ମାସ୍କରେ ମାସ୍କ ଯାଞ୍ଚ, ହଟହଟା ହେଲା ପୁଲିସ୍‌

reedsmith.com

ଭୁବନେଶ୍ବର: ମାସ୍କ ଚେକିଂ କରିବା ସମୟରେ ନିଜେ ମାସ୍କ୍ ନ ପିନ୍ଧି ହଟହଟା ହୋଇଛନ୍ତି ଜଣେ ପୁଲିସ୍‌ ଅଧିକାରୀ। ଚେକିଂ କରୁଥିବା ପୁଲିସ ଅଧିକାରୀଙ୍କୁ ନିଜ ମାସ୍କ୍ କୋଉଠି ଅଛି ବୋଲି ପ୍ରଶ୍ନ କରି ଘେରିଛନ୍ତି ସାଧାରଣ ଲୋକେ। ଏଭଳି ଘଟଣା ଘଟିଛି, ତମାଣ୍ଡୋ ଥାନା ଅଞ୍ଚଳରେ। ସୂଚନାନୁଯାୟୀ, ଆଜି ଅପରାହ୍‌ଣରେ ତମାଣ୍ଡୋ ଥାନା ଏଏସ୍‌ଆଇ ଅଗାଧୁଚରଣ ରାଉତ ଓ ତାଙ୍କ ସହକର୍ମୀମାନେ ଲକ୍ଷ୍ମୀବଜାର ଅଞ୍ଚଳରେ ଗାଡ଼ି କାଗଜପତ୍ର ଓ ମାସ୍କ ଚେକିଂ କରୁଥିଲେ।

ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କରୁଥିଲେ। ସେହି ସମୟରେ ଜଣେ ଯୁବକଙ୍କୁ ମାସ୍କ କେଉଁଠି ଅଛି ବୋଲି ପଚାରି ଚେକିଂ କରିବା ବେଳେ ଯୁବକଜଣକ ଶ୍ରୀ ରାଉତଙ୍କୁ ତାଙ୍କ ମାସ୍କ୍ କେଉଁଠି ଅଛି ବୋଲି ଓଲଟା ପ୍ରଶ୍ନ କରିଥିଲେ। ଫଳରେ ସେଠାରେ ଥିବା ଲୋକ ଏଏସଆଇଙ୍କୁ ଘେରି ଯାଇଥିଲେ। ନିଜେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ଆପଣ କେତେ ଟଙ୍କା ଜରିମାନା ଦେବେ ବୋଲି ଏଏସ୍‌ଆଇଙ୍କୁ ପ୍ରଶ୍ନ କରିଥିଲେ। କିଛି ଲୋକ ଏଏସ୍‌ଆଇଙ୍କ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରିଥିଲେ। ‌ଖବର ପାଇ ତମାଣ୍ଡୋ ଥାନା ଏସ୍‌ଆଇ ପି.କେ ଟୁଡୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ଏହି ଘଟଣାର ଭିଡିଓ ଫେସବୁକରେ ଭାଇରାଲ୍ ହେବାକୁ ପୁଲିସକୁ ହଟହଟା ହେବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe