କର୍କଶ ଶବ୍ଦ କରୁଥିବା ବାଇକ୍ ଉପରେ ପୁଲିସର ନଜର: ସପ୍ତାହରେ ୬୦ ବାଇକ୍‌ରୁ ଖୋଲାଗଲା ସାଇଲେନ୍ସର

Advertisment

ବାଇକ୍ ଚଳାଇବା ବେଳେ ମୋବାଇଲରେ ଗପି ଧରାପଡ଼ିଲେଣି ୯୦

ବାଇକ୍ ଚଳାଇବା ବେଳେ ମୋବାଇଲରେ ଗପି ଧରାପଡ଼ିଲେଣି ୯୦

କର୍କଶ ଶବ୍ଦ କରୁଥିବା ବାଇକ୍ ଉପରେ ପୁଲିସର ନଜର: ସପ୍ତାହରେ ୬୦ ବାଇକ୍‌ରୁ ଖୋଲାଗଲା ସାଇଲେନ୍ସର

Telegraph India

ଭୁବନେଶ୍ବର : ହେଲମେଟ୍‌ ଧରପଗଡ଼ ଅଭିଯାନ ‌ଜୋରଦାର ହେବା ପରେ ଏବେ ରାଜଧାନୀରେ ବାଇକ୍ ଚାଳକ ଓ ସହଯାତ୍ରୀ ଅଧିକରୁ ଅଧିକ ହେଲମେଟ୍ ପିନ୍ଧୁଛନ୍ତି। ମାତ୍ର କର୍କଶ ଶବ୍ଦ କରି ରାସ୍ତାରେ ବେପରୁଆ ଗାଡ଼ି ଚଳାଉଥିବା ବାଇକ୍‌ ଚାଳକମାନେ ଚେତୁ ନାହାନ୍ତି। ତେଣୁ ଏଭଳି ବାଇକ୍‌ ଉପରେ ନଜର ପକାଇଛି ଟ୍ରାଫିକ ପୁଲିସ। କର୍କଶ ଶବ୍ଦ କରି ସହରରେ ବୁଲୁଥିବା ବାଇକ୍‌ରୁ ସାଇଲେନ୍ସର ଖୋଲିବା ଅଭିଯାନ ଆରମତଭ ହୋଇଛି। ବିଶେଷକରି ବୁଲେଟ୍‌କୁ ଟାର୍ଗେଟ କରିଛି ପୁଲିସ। ଦିନକୁ ୮ରୁ ୧୦ଟି ବାଇକ୍‌ରୁ ଏଭଳି କର୍କଶ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ଖୋଲା ଯାଉଛି। ସପ୍ତାହେ ଭିତରେ ପ୍ରାୟ ୬୦ଟି ଗାଡ଼ିରୁ ସାଇଲେନ୍ସର ଖୋଲା ଯାଇଥିବା ସୂଚନା ମିଳିଛି। କେବଳ ସାଇଲେନ୍ସର ନୁହେଁ; ବାଇକ୍ ଚଳାଇବା ବେଳେ ମୋବାଇଲରେ କଥା ହେଉଥିବା ଚାଳକ ମଧ୍ୟ ଟାର୍ଗେଟରେ ରହିଛନ୍ତି। ମୋବାଇଲରେ କଥା ହେବା ସମୟରେ ଦୁର୍ଘଟଣା ହେଉଥିବାରୁ ଏହା ପରେ ଗୁରୁତ୍ବ ଦେଉଛି ଟ୍ରାଫିକ ପୁଲିସ। ଗତ ସପ୍ତାହେ ଭିତରେ ମୋବାଇଲରେ କଥା ହେଉଥିବା ସମୟରେ ୯୦ରୁ ଅଧିକ ଚାଳକ ଧରା ପଡ଼ି ତଣ୍ଡ ଗଣିଛନ୍ତି। ଏହି ଦୁଇଟି ଅଭିଯାନକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe