ପଳାସୁଣି ହାଟରେ ଯୁବକଙ୍କୁ ମାଡ ଘଟଣାରେ ନିଜଆଡୁ ମାମଲା ରୁଜୁ କଲା ପୁଲିସ

Advertisment
ପଳାସୁଣି ହାଟରେ ଯୁବକଙ୍କୁ ମାଡ ଘଟଣାରେ ନିଜଆଡୁ ମାମଲା ରୁଜୁ କଲା ପୁଲିସ

ଭୁବନେଶ୍ୱର:ରାଜଧାନୀରେ ଯୁବକଙ୍କୁ ନିସ୍ତୁକ ମାଡ଼ ଘଟଣାରେ ରୁଜୁ ହେଲା ମାମଲା । ଏତଲା ଦାଖଲ ନହେବାରୁ ନିଜ ପକ୍ଷରୁ ମାମଲା ରୁଜୁ କଲା ପୁଲିସ । ଝାଡ଼ଖଣ୍ଡ ତୀନପାହାଡ଼ ଅଂଚଳର ଶ୍ୟାମ କୁମାର ରାମଙ୍କୁ ମାଡ଼ ମାରିବା ଭିଡ଼ିଓ ଭାଇରାଲ ହେବା ପରେ ନିଜ ଆଡୁ ପୁଲିସ ନେଲା କାର୍ଯ୍ୟାନୁଷ୍ଠାନ | ମିଳିଥିବା ସୂଚନା ମୁତାବକ ମୋବାଇଲ୍‌ ଲୁଟ୍‌ କରୁଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଜଣେ ଯୁବକକୁ ଲଙ୍ଗଳା କରି ଖୁଣ୍ଟରେ ବାନ୍ଧିବା ସହ ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଏହି ଅମାନବୀୟ କାଣ୍ଡକୁ ନେଇ ବିଭିନ୍ନ ମହଲରୁ ରାଜଧାନୀର ସଭ୍ୟ ସମାଜ ପ୍ରତି ଅଙ୍ଗୁଳି ଉଠିଥିଲା । ଖୋଦ୍‌ ରାଜଧାନୀରେ ଏଭଳି କଙ୍ଗାରୁ କୋର୍ଟ ଘଟଣାକୁ ଅନେକ ନାପସନ୍ଦ କରିଥିଲେ। ତେବେ ଥାନାରେ ଏନେଇ କୌଣସି ରିପୋର୍ଟ ଦାଖଲ କରାଯାଇ ନଥିଲା।

ତେଣୁ ସିସିଟିଭି ଯାଞ୍ଚ କରି ଏବଂ ଭାଇରାଲ ଭିଡ଼ିଓକୁ ଆଧାର କରି ମଞ୍ଚେଶ୍ୱର ଥାନା ନିଜ ଆଡୁ ମାମଲା ରୁଜୁ କରିଛି। ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ରଥଯାତ୍ରା ସମୟରେ ପରିବାର ସହ ଯୁବକ ଜଣକ ପୁରୀ ଏବଂ ଭୁବନେଶ୍ୱର ବୁଲିବାକୁ ଆସିଥିଲେ । କିନ୍ତୁ ହାଟରେ ମୋବାଇଲ ଚୋରି କରୁଥିବା ନେଇ ସ୍ଥାନୀୟ ଲୋକ ସନ୍ଦେହ କରିଥିଲେ ଏବଂ ପର ମୁହୂର୍ତ୍ତରେ ମାଡ଼ ମଧ୍ୟ ମାରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ପକ୍ଷରୁ କୌଣସି ଏତଲା ଦିଆଯାଇ ନାହିଁ । ଏମିତି କି ଖୋଦ ପୀଡିତ ଯୁବକ ମଧ୍ୟ କୌଣସି ଏତଲା ଦେଇ ନାହାନ୍ତି ତେଣୁ ପୁଲିସ ପକ୍ଷରୁ ଏହି ମାମଲା ରୁଜୁ କରାଯାଇ ଭିଡ଼ିଓରେ ଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ଅତିରିକ୍ତ ଡିସିପି ସଂଜୀବ ଶତପଥୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe