ବ୍ୟବସାୟ ଅନୁଷ୍ଠାନକୁ ସିସିଟିଭି ଲଗାଇବାକୁ ପୁଲିସର ଅନୁରୋଧ

ଅପରାଧ ନିୟନ୍ତ୍ରଣ ନୂଆ ପଦକ୍ଷେପ

ବ୍ୟବସାୟ ଅନୁଷ୍ଠାନକୁ ସିସିଟିଭି ଲଗାଇବାକୁ ପୁଲିସର ଅନୁରୋଧ

Sambad

ଭୁବନେଶ୍ୱର: ରାଜଧାନୀରେ ଅପରାଧ ବଢ଼ି ଚାଲିଛି। ଘରେ ଏବଂ ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନରେ ପଶି ଲୁଟେରାମାନେ ଲୁଟ୍‌ପାଟ୍ କରିବା ପରେ ଫେରାର୍ ହୋଇଯାଉଛନ୍ତି। ଲୁଟେରାମାନେ ଘଟଣାସ୍ଥଳରେ କୌଣସି ସୁରାକ୍ ଛାଡ଼ୁନାହାନ୍ତି। ଫଳରେ ଅପରାଧୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରିବା ପୁଲିସ ପାଇଁ ଏକପ୍ରକାରର ଆହ୍ବାନ ହୋଇଛି। ଏଥିପାଇଁ କମିସନରେଟ୍ ପୁଲିସ ରାଜଧାନୀବାସିନ୍ଦାଙ୍କ ସହଯୋଗ ଲୋଡ଼ିଛି। ଘରେ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନରେ ସିସିଟିଭି ଲଗାଇବାକୁ କମିସନରେଟ୍ ପୁଲିସ ନିବେଦନ କରିଛି। ସିସିଟିଭି ଲଗାଇବା ଦ୍ବାରା ଚୋରି ସମୟରେ ଲୁଟେରା ଓ ତା’ର ସଂପୂର୍ଣ୍ଣ ଗତିବିଧି କ୍ୟାମେରାରେ କଏଦ ହେବ।

ଯାହା ଦ୍ବାରା ପରବର୍ତ୍ତୀ ସମୟରେ ସେମାନଙ୍କୁ ଠାବ କରି ଗିରଫ କରିପାରିବ। ଅପରପଟେ ରାଜରାସ୍ତାରେ ତଥା ବିଭିନ୍ନ ଛକ ଏବଂ ଲୁଟପାଟ୍ ହେଉଥିବା ସ୍ଥାନଗୁଡ଼ିକୁ ଠାବ କରି କମିସନରେଟ୍ ପୁଲିସ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍(ବିଏସ୍‌ସିଏଲ୍) ତାଲିକା ଦେଇଛି। ଏହି କ୍ରମରେ ରାଜଧାନୀରେ ଏବେ ପ୍ରାୟ ୧୫ରୁ ଅଧିକ ସ୍ଥାନରେ ବିଏସ୍‌ସିଏଲ୍ କ୍ୟାମେରା ଲଗାଇଥିବା ଜଣାପଡ଼ିଛି। ଏହା ଦ୍ବାରା ଅପରାଧୀଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିବା ସହିତ ଅପରାଧକୁ ମଧ୍ୟ ଅଳ୍ପବହୁତେ ନିୟନ୍ତ୍ରଣ କରାଯାଇଥିବା କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ସହର ମଧ୍ୟରେ ଘଟୁଥିବା ଚୋରି, ଛିନ୍‌ତାଇ ଓ ଲୁଟ୍‌ ଭଳି ଅନ୍ୟାନ୍ୟ ଅପରାଧ ସମ୍ପର୍କରେ ସୂଚନା ଦେବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ୭୦୭୭୭୯୮୧୧୧ ହ୍ବାଟ୍ସଆପ୍ ନମ୍ବର ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe