୪୬ ଜଣ ଫେରି ପାଇଲେ ବାଇକ୍‌, ମୋବାଇଲ୍‌ ଓ ଲାପ୍‌ଟପ୍‌

Advertisment

କମିସନରେଟ୍‌ ପୁଲିସର ଉଦ୍ଧାର ସାମଗ୍ରୀ ହସ୍ତାନ୍ତର ମେଳା

କମିସନରେଟ୍‌ ପୁଲିସର ଉଦ୍ଧାର ସାମଗ୍ରୀ ହସ୍ତାନ୍ତର ମେଳା

୪୬ ଜଣ ଫେରି ପାଇଲେ ବାଇକ୍‌, ମୋବାଇଲ୍‌ ଓ ଲାପ୍‌ଟପ୍‌

ଭୁବନେଶ୍ୱର: ଦୁଇ ଦିନ ତଳେ ପୁଲିସ କମିସନର ଜବତ୍‌ ହୋଇଥିବା ଚୋରି ଜିନିଷ ଏହାର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରି ଫେରାଇବା ପାଇଁ ବିଭିନ୍ନ ଥାନା ଅଧିକାରୀଙ୍କୁ ତାଗିଦ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ରିଜର୍ଭ ପୋଲିସ ପଡ଼ିଆ କମିସନରେଟ୍‌ ପୁଲିସ ପକ୍ଷରୁ ଉଦ୍ଧାର ସାମଗ୍ରୀ ହସ୍ତାନ୍ତର ମେଳା କରାଯାଇ ଦୀର୍ଘଦିନ ଧରି ଥାନାରେ ପଡ଼ି ରହିଥିବା ଗାଡ଼ି, ମୋବାଇଲ ଓ ଲାପଟ୍‌ପ ଆଦି ଏହାର ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁଲିସ କମିସନର ଓ୍ଵାଇବି ଖୁରାନିଆ, ଅତିରିକ୍ତ ପୁଲିସ କମିସନର୍‌ ପିଏସ୍‌ ରଣପିସେ ଓ ଡିସିପି ସତ୍ୟବ୍ରତ ଭୋଇ ଉପସ୍ଥିତ ରହି ବାଇକ୍‌, ମୋବାଇଲ୍‌ ଓ ଲାପଟପ୍‌ଗୁଡ଼ିକୁ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୨ରୁ ଊର୍ଧ୍ୱ ଥାନାକୁ ସାମିଲ୍‌ କରାଯାଇଥିଲା। ସମସ୍ତ ଥାନାର ଥାନା ଅଧିକାରୀମାନେ ଉପସ୍ଥିତ ରହି ଚିହ୍ନଟ ହୋଇଥିବା ବାଇକ୍‌, ମୋବାଇଲ୍‌ ଓ ଲାପଟପର ପ୍ରକୃତ ମାଲିକ ତାଲିକା ଦାଖଲ କରିବା ପରେ ଜିନିଷଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା।

ଏହି ମେଳାରେ ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ପୁରୀ ଓ ଖୋର୍ଦ୍ଧା ଆଦି ପାଞ୍ଚଟି ଜିଲ୍ଲାର ୪୬ଜଣ ମାଲିକଙ୍କୁ ମୋଟ ୪୩ଟି ବାଇକ୍‌, ୩ଟି ମୋବାଇଲ ଓ ୩ଟି ଲାପଟପ ହସ୍ତାନ୍ତର କରାଯାଇଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ରୀତିମତ ଭାବେ କରାଯିବା ପାଇଁ କମିସନରେଟ୍‌ ପୁଲିସ ଯୋଜନା କରୁଥିବା ଶ୍ରୀ ଖୁରାନିଆ କହିଛନ୍ତି। ଆସନ୍ତା ୭-୮ ଦିନ ମଧ୍ୟରେ ଅଧିକରୁ ଅଧିକ ମାଲିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଜିନିଷଗୁଡ଼ିକୁ ହସ୍ତାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe