ପୁଲିସ ଫେରାଇଲା ୧୯ ମୋବାଇଲ ଫୋନ୍

ମୋବାଇଲ୍‌ ରିଚାର୍ଜ ଆହୁରି ମହଙ୍ଗା ହେବ, ଗତବର୍ଷ ନଭେମ୍ବରରେ ୨୦% ବଢ଼ିଥିଲା

VectorStock

ଭୁବନେଶ୍ବର: ବିଭିନ୍ନ ସମୟରେ ରାଜଧାନୀରେ ଲୁଟ୍‌ର ଶିକାର ହୋଇଥିବା ୧୯ ଜଣଙ୍କୁ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ସେମାନଙ୍କ ଚୋରି ହୋଇଥିବା ମୋବାଇଲ୍‌ ଫୋନ୍‌ ଫେରାଇଛି। ରାଜଧାନୀରୁ ମୋବାଇଲ୍‌ ଫୋନ୍‌ ଚୋରି କରି ପଶ୍ଚିମବଙ୍ଗ ଚାଲାଣ କରୁଥିବା ୩ ଲୁଟେରାଙ୍କଠାରୁ ଜବତ ‌ହୋଇଥିବା ଶତାଧିକ ଫୋନ୍‌ ସେଟ୍‌ରୁ ଏତିକି ଆଜି ଫେରସ୍ତ କରାଯାଇଛି। ଅନ୍ୟ ଫୋନ୍‌ଗୁଡ଼ିକର ମାଲିକାନା ଖୋଜା ଚାଲିଛି। ସୂଚନାଯୋଗ୍ୟ ଗତ ଜାନୁଆରି ୩ ତାରିଖରେ ଲକ୍ଷ୍ମୀସାଗର ଥାନା ପୁଲିସ ଚିନ୍ତାମଣିଶ୍ବର ଅଞ୍ଚଳରୁ ତିନି ଜଣ ଅଣଓଡ଼ିଆ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୦୩ଟି ମୋବାଇଲ ଫୋନ୍‌ ଜବତ କରିଥିଲା। ଲୁଟେରାମାନେ ମୋବାଇଲ ଫୋନ୍ ଲୁଟିବା ପରେ ଏହାକୁ ପଶ୍ଚିମବଙ୍ଗ ମାଲ୍‌ଦାକୁ ଚାଲାଣ କରନ୍ତି। ସେଠାରେ ଲୁଟ୍ ମୋବାଇଲ ଫୋନ୍‌ର ଆଇଏମ୍ଇଆଇ ନମ୍ବରକୁ ବଦଳାଇ ଚୋରାରେ ବିକ୍ରି କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe