‌‌ଚୋରି ମୋବାଇଲ୍‌ ଫେରାଇଲା ପୁଲିସ

Advertisment

୫ ଦିନରେ ୨୫ ମୋବାଇଲ ଜବତ, ୮ ଗିରଫ

୫ ଦିନରେ ୨୫ ମୋବାଇଲ ଜବତ, ୮ ଗିରଫ

‌‌ଚୋରି ମୋବାଇଲ୍‌ ଫେରାଇଲା ପୁଲିସ

ଭୁବନେଶ୍ବର : ସହିଦନଗର ଥାନା ପୁଲିସ୍‌ ଆଜି ମୋଟ ୨୫ ଜଣଙ୍କୁ ସେମାନଙ୍କ ଚୋରି ହୋଇଥିବା ମୋବାଇଲ୍‌ ଫେରାଇଛି। ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ପୁଲିସ୍‌ ଅଭିଯୋଗକାରୀମାନଙ୍କୁ ଥାନାକୁ ଡାକି ସେମାନଙ୍କ ମୋବାଇଲ୍‌ ଫେରାଇଥିଲା।

publive-image

ସୂଚନାଯୋଗ୍ୟ, ଗତ ୧୫ ଦିନ ମଧ୍ୟରେ ଏହି ମୋବାଇଲ୍‌ଗୁଡ଼ିକ ଚୋରି ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ରାହାଜାନି ରୋକିବା ପାଇଁ ନୂତନ ଭାବେ ଗଠନ ହୋଇଥିବା ‘ସ୍ବତନ୍ତ୍ର ସ୍କ୍ବାଡ୍‌’ ତ୍ବରିତ ପଦକ୍ଷେପ ନେଇ ମାତ୍ର ୫ ଦିନ ମଧ୍ୟରେ ୮ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କଠାରୁ ଏହି ୨୫ ମୋବାଇଲ୍‌ ଜବତ କରିଥିଲା। ଅଭିଯୁକ୍ତମାନେ ହେଲେ, ରସୁଲଗଡ଼ର ଶଶିକାନ୍ତ ପ୍ରଧାନ, ଭୋଇନଗରର ଅବିନାଶ ନାୟକ, କଳ୍ପନାର ବୁଲୁ ନାୟକ, ଭୀମପୁରର ଅସୀମ ସାହୁ, ପଥରବନ୍ଧ ବସ୍ତିର ନିରଞ୍ଜନ ଶବର, ଶାନ୍ତିପଲ୍ଲୀ ବସ୍ତିର ରମେଶ ସେଠୀ ଓ ଶିବ ସେଠୀ ଏବଂ କେଦାରପଲ୍ଲୀ ବସ୍ତିର ପ୍ରକାଶ ନାୟକ। ଏମାନଙ୍କ ନାମରେ ସହିଦନଗର ଥାନାରେ ୭ଟି ମାମଲା ରହିଛି। ଚୋରି ହୋଇଥିବା ମୋବାଇଲ୍‌ଗୁଡ଼ିକୁ ଟ୍ରାକ୍ କରି ପୁଲିସ୍‌ ପ୍ରଥମେ ଶଶିକାନ୍ତକୁ ଗିରଫ କରିଥିଲା। ପରେ ତା’ ସୂଚନା ଆଧାରରେ ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିଥିଲେ। ସୂଚନାଯୋଗ୍ୟ, ଏହି ଅଭିଯୁକ୍ତମାନେ ସହରର ବିଭିନ୍ନ ସ୍ଥାନ ବୁଲି ରାହାଜାନି ଓ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe