ଲକ୍‌ଡାଉନ୍‌ରେ ସହଜ ହେଲା ପୁଲିସ ସେବା: ପୋର୍ଟାଲ ଲିଙ୍କ୍‌ କ୍ଲିକ୍‌ କଲେ ମିଳିବ ଅନୁମତି

Advertisment

କର୍ମଚାରୀଙ୍କ ପାଇଁ ଅନୁମତିପତ୍ର ପାଇସାରିଲେଣି ଶହେରୁ ଅଧିକ କମ୍ପାନି

କର୍ମଚାରୀଙ୍କ ପାଇଁ ଅନୁମତିପତ୍ର ପାଇସାରିଲେଣି ଶହେରୁ ଅଧିକ କମ୍ପାନି

ଲକ୍‌ଡାଉନ୍‌ରେ ସହଜ ହେଲା ପୁଲିସ ସେବା: ପୋର୍ଟାଲ ଲିଙ୍କ୍‌ କ୍ଲିକ୍‌ କଲେ ମିଳିବ ଅନୁମତି

ଭୁବନେଶ୍ବର : ଲକ୍‌ଡାଉନ୍‌ରେ ଲୋକଙ୍କ ନିକଟରେ ସେବା ପହଞ୍ଚାଇବାକୁ ଆହୁରି ସହଜ କରିବା ପାଇଁ ପ୍ରୟାସ ଜାରି ରଖିଛି କମିସନରେଟ ପୁଲିସ। ଘରୁ ଯାଇ ଅଭିଯୋଗ ଆଣିବା, ହ୍ବାଟସଆପ ମାଧ୍ୟମରେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାର ଅନୁମତି ପ୍ରଦାନ କରିବା, ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍‌ପ ଡେସ୍କ ପରେ ଏବେ ଘରୋଇ ସଂସ୍ଥାମାନଙ୍କୁ ଅନଲାଇନରେ ଅଥରାଇଜେସନ ଲେଟର ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଏକ ପୋର୍ଟାଲ ତିଆରି କରାଯାଇଛି। ଏହି ପୋର୍ଟାଲର ଲିଙ୍କ୍‌ରେ କ୍ଲିକ୍ କରି ରେଜିଷ୍ଟ୍ରେସନ କଲେ ଅନୁମତି ମିଳିପାରିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ଶହେରୁ ଅଧିକ କମ୍ପାନିଏହି ଜରିଆରେ ସେବା ପାଇ ସାରିଲେଣି।

ମିଳିଥିବା ସୂଚନା ଅନୁସାରେ, କଟକ-ଭୁବନେଶ୍ବର ଟୁଇନ୍ ସିଟିରେ ଆଇଟି, ଘରୋଇ କମ୍ପାନି, ବ୍ୟାଙ୍କ ମାନଙ୍କୁ ସୀମିତ କର୍ମଚାରୀରେ କାମ କରିବା ପାଇଁ ଅନୁମତି ରହିଛି। କିନ୍ତୁ ସଂସ୍ଥା ପକ୍ଷରୁ ମିଳିଥିବା ପରିଚୟପତ୍ରକୁ ଅନେକ କର୍ମଚାରୀ ଅପବ୍ୟବହାର କରୁଥିବା ନଜରକୁ ଆସିଛି। ଏହା ପରେ କମ୍ପାନି କର୍ତ୍ତୃପକ୍ଷ ଡିସିପିଙ୍କ କାର୍ଯ୍ୟାଳୟରୁ ଅଥରାଇଜେସନ୍ ଲେଟର ନେବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏହା ସହଜ ହୋଇ ପାରି ନ ଥିଲା। ଏହି ଅସୁବିଧାକୁ ଦୂର କରିବା ଲାଗି ପୋର୍ଟାଲ (https://cp.erp.quocent.com/)ର ଉପଲବ୍ଧ କରାଯାଇଛି। ଏହି ପୋର୍ଟାଲମାନେ ସଂସ୍ଥାମାନେ ଆବେଦନ କରିବେ। ସେମାନଙ୍କର ସବିଶେଷ ବିବରଣୀ ଉଲ୍ଲେଖ କରିବେ। କେତେ ପ୍ରତିଶତ କର୍ମଚାରୀ, ସେମାନଙ୍କ ନାମ ସବୁ ସେହି ପୋର୍ଟାଲରେ ପ୍ରଦାନ କରିବେ। ଏହା ପରେ ସେମାନଙ୍କୁ ଅଥରାଇଜେସନ୍ ଲେଟର ପ୍ରଦାନ କରାଯିବ। କମ୍ପାନି ପକ୍ଷରୁ କର୍ମଚାରୀମାନଙ୍କୁ ସେହି ଅଥରାଇଜେସନ୍ ଲେଟର ଦିଆଯିବ। ଚେକ୍‌ ପୋଷ୍ଟରେ ଯାଞ୍ଚ ସମୟରେ କର୍ମଚାରୀମାନେ ସେହି ଅଥରାଇଜେସନ ଲେଟର ସହ କମ୍ପାନି ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ ବୋଲି କମିସନର ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଖୋଲିଲାନି ଲିଙ୍କ୍
ଆଜି ଅପରାହ୍ନ ପ୍ରାୟ ୫ଟା ପରଠାରୁ ଏହି ଲିଙ୍କ୍ ଆଉ ଖୋଲୁ ନାହିଁ। ଲିଙ୍କରେ କ୍ଲିକ୍ କଲେ ମେଣ୍ଟେନାନ୍ସ ଚାଲୁ ରହିଥିବା ଉଲ୍ଲେଖ ରହିଛି। ଖୋଲିବା ପରେ ଏ ନେଇ ସୂଚନା ଦିଆଯିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ସେବା ଆରମ୍ଭ ପରେ ପରେ କାହିଁକି ହଠାତ୍ ମେଣ୍ଟେନାନ୍ସ ଦରକାର ପଡ଼ିଲା ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe