ଜନତା କର୍ଫ୍ୟୁ : ଜରୁରୀ କାମରେ ବାହାରକୁ ଯାଉଥିଲେ ମିଳିବ ପାସ୍, ‘୧୦୦’କୁ କଲ୍ କରି ପାଇ ପାରିବେ

Advertisment
‘ଡାଏଲ୍-୧୦୦’ର କାର୍ଯ୍ୟ ପରିସର ବୃଦ୍ଧି, ରୋଗୀଙ୍କୁ ଡାକ୍ତରଖାନା ନେଇ ଯାଉଥିଲେ ପୁଲିସ ଅଟକାଇବନି

www.mgrtv.com

ଭୁବନେଶ୍ବର: ଜନତା କର୍ଫ୍ୟୁ ପାଇଁ କମିସନରେଟ୍ ପୁଲିସ ପାସ୍ ବ୍ୟବସ୍ଥା କରିଛି । ଘରୁ ବାହାରିବା ବେଳେ ସାଙ୍ଗରେ ପାସ ରଖିବା ବାଧ୍ୟତାମୂଳକ କରିଛି କମିସନରେଟ୍ ପୁଲିସ୍ । ଜରୁରୀ କାମ ଯଥା ହସ୍ପିଟାଲ କିମ୍ବା ଏୟାରପୋର୍ଟକୁ ଯାଉଥିଲେ ଏହି ପାସ୍ ମିଳିବ । ତେବେ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ଆପଣ ଏହି ପାସ୍ ପାଇପାରିବେ । ହେଲେ ଏଥିପାଇଁ ଆପଣଙ୍କୁ ପୁଲିସ ପକ୍ଷରୁ ଜାରି ହୋଇଥିବା ନିଶୁଳ୍କ ନମ୍ବର ୧୦୦କୁ କଲ କରି ନିଜ ଅସୁବିଧା ସଂପର୍କରେ ଜଣାଇବାକୁ ହେବ । ଏହାପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ ଆସିବ, ଯାହାକୁ ଦେଖାଇ ଆପଣ ବାହାରକୁ ଯାଇପାରିବେ । ତେବେ ଜରୁରୀକାଳୀନ ସେବା ପାଇଁ ଏହା ଉପଲବ୍ଧ କରାଯାଇଥିବା ନେଇ ସୂଚନା ଦେଲେ ଡିସିପି ଅନୁପ ସାହୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାରେ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ ପରିଲକ୍ଷିତ ହେଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି ଏହାକୁ ସମର୍ଥନ କରିଛନ୍ତି। ଆଜି ସକାଳ ୭ଟାରୁ ସାରା ରାଜ୍ୟରେ ଶୁନଶାନ୍ ସ୍ଥିତି ପରିଲକ୍ଷିତ ହେଉଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ଜନତା କର୍ଫ୍ୟୁଲାଗୁ ହୋଇଛି । ଦେଶବ୍ୟାପୀ ରାତି ୯ ଟା ଯାଏଁ ଲାଗୁ ହେବ ଜନତା କର୍ଫ୍ୟୁ । ରାତି ୯ ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଥିଲାଗି ବନ୍ଦ ରହିଛି ଦୋକାନ ବଜାର , ଗାଡ଼ି ମୋଟର । ତେବେ ଜାରି ରହିଛି ଜରୁରୀ ସେବା । ଦରକାର ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe