ପୁଲିସ୍‌ ଭ୍ୟାନ୍ ଧକ୍କାରେ ଯୁବତୀ ଗୁରୁତର, ମାଉସୀ ମା’ ଛକରେ ଉତ୍ତେଜନା

ପୁଲିସ୍‌ ଭ୍ୟାନ୍ ଧକ୍କାରେ ଯୁବତୀ ଗୁରୁତର, ମାଉସୀ ମା’ ଛକରେ ଉତ୍ତେଜନା

hoarding

ପୁରୁଣା ଭୁବନେଶ୍ୱର : ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ସ୍ଥାନୀୟ ମାଉସୀ ମା’ ଛକରେ ପୁଲିସ ଭ୍ୟାନ୍ ଏକ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଚଳାଉଥିବା ଯୁବତୀ ଆହତ ହୋଇଛନ୍ତି। ଭ୍ୟାନ୍‌ରେ ଲାଗି ସ୍କୁଟିଟି ବେଶ୍ କିଛି ଦୂର ଘୋଷାରି ହୋଇଯାଇଥିଲେ ହେଁ ସୌଭାଗ୍ୟବଶତଃ ଯୁବତୀଜଣକ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁରୁ୍ତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଭ୍ୟାନ୍‌କୁ ଅଟକ ରଖି ହୋ-ହଲ୍ଲା କରିଥିଲେ। ଫଳରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା। ବଡ଼ଗଡ଼ ଓ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାନୁସାରେ, ଶିଶୁଭବନ ପଟୁ ଫ୍ଲାଏଓଭର୍‌ ବ୍ରିଜ୍ ଦେଇ ଆସୁଥିବା ପୁଲିସ ଭ୍ୟାନ୍‌ଟି ରଙ୍ଗରୁଟ୍‌ରେ ରଥ ରୋଡ୍‌ ଆଡ଼କୁ ବୁଲାଉଥିଲା। ସେହି ସମୟରେ ସ୍କୁଟିରେ ଆସୁଥିବା ଯୁବତୀଙ୍କୁ ଭ୍ୟାନ୍‌ ଧକ୍କା ଦେଇଥିଲା। ସ୍କୁଟିଟି ଭ୍ୟାନ୍‌ ଚକା ତଳେ ରହି ଯାଇଥିଲା ଓ କିଛି ଦୂର ଘୋଷ‌ାରି ହୋଇ ଯାଇଥିଲା। ଫଳରେ ସ୍କୁଟି ସହ ଯୁବତୀ ମଧ୍ୟ ଘୋଷାରି ହୋଇ ଯାଇଥିଲେ। ଲୋକମାନେ ଚିତ୍କାର କରିବା ପରେ ଭ୍ୟାନ୍‌ ଚାଳକ ଅଟକିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe