ପ୍ରଥମ ଦିନରେ ୧୨ଟି ଜାଗାକୁ ଯାଇ ଅଭିଯୋଗ ଗ୍ରହଣ କଲା ପୁଲିସ

Advertisment

ଘରୁ ନାବାଳିକା ଉଭାନ, ଘରକୁ ଯାଇ ଏତଲା ଆଣିଲା ପୁଲିସ

ଘରୁ ନାବାଳିକା ଉଭାନ, ଘରକୁ ଯାଇ ଏତଲା ଆଣିଲା ପୁଲିସ

ପ୍ରଥମ ଦିନରେ ୧୨ଟି ଜାଗାକୁ ଯାଇ ଅଭିଯୋଗ ଗ୍ରହଣ କଲା ପୁଲିସ

ଭୁବନେଶ୍ବର: ଅଭିଯୋଗକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବନି। ଅଭିଯୋଗ ପତ୍ର ଗ୍ରହଣ କରିବାକୁ ପୁଲିସ୍ ଏତଲାକାରୀଙ୍କ ଘରକୁ ଆସିବ। କମିସନରେଟ୍ ପୁଲିସ୍‌ର ଏଭଳି ନିୟମ ପରେ ଆଜି ଭୁବନେଶ୍ବରର ବିଭିନ୍ନ ଥାନାର ପୁଲିସ୍ ୧୨ଟି ଜାଗାକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲା। ନୂଆପଲ୍ଲୀ ଥାନା ଅଞ୍ଚଳର ତ୍ରିନାଥ ମହାରଣା ଆଜି ୧୦୦କୁ ଫୋନ୍ କରି ଅଭିଯୋଗ କରିବା ପରେ ନୂଆପଲ୍ଲୀ ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁ ତାଙ୍କ ଘରକୁ ଯାଇ ଅଭିଯୋଗ ଆଣିଥିଲେ।

ତ୍ରିନାଥଙ୍କ ଏତଲା ମୁତାବକ ତାଙ୍କ ଘର ପାଖରେ ଜଣେ ଲୋକ ସରକାରୀ ଜାଗାରେ ଘର କରି ସେଠାରେ ଅନୈତିକ କାର୍ଯ୍ୟକଳାପ କରୁଛି। ଏହା ସହ ସରକାରୀ ଜମିକୁ ବଳପୂର୍ବକ ଲୋକଙ୍କୁ ବିକ୍ରି କରୁଛି। ଏହାକୁ ବିରୋଧ କରିବାରୁ ତାଙ୍କୁ ଉକ୍ତ ବ୍ୟକ୍ତି ଜଣକ ହଇରାଣ ହରକତ କରୁଛି। ଥାନା ଅଧିକାରୀ ଶ୍ରୀ ସାହୁ ଘଟଣାସ୍ଥଳକୁ ଯାଇ ତ୍ରିନାଥଙ୍କ ଠାରୁ ଅଭିଯୋଗ ଆଣିବା ସହ ମାମଲା ବୁଝିଥିଲେ। ତ୍ରିନାଥ ମଧ୍ୟ ପୁଲିସ୍‌ର କରୋନା ସମୟରେ ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହିତ ତାଙ୍କ କଥା ବିଚାରକୁ ନିଆଯାଇ ପଦକ୍ଷେପ ନିଆଯିବ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି।

ପୁରୁଣା ଭୁବନେଶ୍ୱର: ବାପାମା କାମକୁ ଯାଇଥିବା ବେଳେ ଘରୁ ହଠାତ୍ ଉଭାନ୍‌ ହୋଇଯାଇଥିବା ଏକ ୧୩ ବର୍ଷିୟା ନାବାଳିକା ମାମଲାରେ ପୁଲିସ ଘରକୁ ଯାଇ ଅଭିଯୋଗ ସଂଗ୍ରହ କରିଛି। ବାପାମାଙ୍କ ଅଭିଯୋଗ ଅନୁସାରେ ନାବାଳିକାକୁ କେହି ଅପହରଣ କରି ନେଇଛି। ତେବେ ପୁଲିସ ଅଭିଯୋଗ ପାଇବା ପରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଲକ୍‌ଡାଉନ୍‌ ସମୟରେ ସେତିକି ଜରୁରୀ କାମ ନ ଥିଲେ ଘରୁ ବାହାରିବାକୁ ଲୋକଙ୍କୁ ବାରଣ କରାଯାଇଛି। ଏମିତିକି କୌଣସି ଅଭିଯୋଗକାରୀଙ୍କ ଘରକୁ ଯାଇ ପୁଲିସ ଏତଲା ଗ୍ରହଣ କରିବ ବୋଲି କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତେଣୁ ସେହି ଅନୁସାରେ ଆଜି ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅଭିଯୋଗକାରୀଙ୍କ ଘରୁ ଅଭିଯୋଗ ସଂଗ୍ରହ କରିଛି। ସ୍ଥାନୀୟ ଏକ ବସ୍ତିରୁ ଜଣେ ନାବାଳିକା ନିଖୋଜ ହେବା ପରେ ଏଭଳି ଅଭିଯୋଗ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe