ରାଜଧାନୀ ପ୍ରତିଷ୍ଠା ଦିବସରେ ରାଜନୀତି: ଆସିଲେନି ଅପରାଜିତା, ସୁଲୋଚନାଙ୍କ ସମାଲୋଚନା

Advertisment

୨୦୨୨ ଓ ୨୦୨୩ରେ ରାଜଧାନୀ ପ୍ରତିଷ୍ଠା ଦିବସରେ ଅଲୋଡ଼ା ହୋଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଉତ୍ସବକୁ ତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା କି ନିମନ୍ତ୍ରଣପତ୍ରରେ ତାଙ୍କ ନାମ ନ ଥିଲା।

୨୦୨୨ ଓ ୨୦୨୩ରେ ରାଜଧାନୀ ପ୍ରତିଷ୍ଠା ଦିବସରେ ଅଲୋଡ଼ା ହୋଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଉତ୍ସବକୁ ତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା କି ନିମନ୍ତ୍ରଣପତ୍ରରେ ତାଙ୍କ ନାମ ନ ଥିଲା।

୨୭ରେ ବିଜେପିରେ ମିଶିବେ ଅପରାଜିତା ଷଡ଼ଙ୍ଗୀ !

ଭୁବନେଶ୍ବର: ୨୦୨୨ ଓ ୨୦୨୩ରେ ରାଜଧାନୀ ପ୍ରତିଷ୍ଠା ଦିବସରେ ଅଲୋଡ଼ା ହୋଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଉତ୍ସବକୁ ତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା କି ନିମନ୍ତ୍ରଣପତ୍ରରେ ତାଙ୍କ ନାମ ନ ଥିଲା। ଏହାକୁ ନେଇ ଦୁଇ ବର୍ଷ ଯାକ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ରାଜ୍ୟ ସରକାର ଓ ବିଏମ୍‌ସିକୁ ସମାଲୋଚନା କରିଥିଲେ। ଏମିତିକି ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କେଉଁମାନେ ଏଭଳି ତ୍ରୁଟି ପାଇଁ ଦାୟୀ ତାହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ଏବେ ପରିସ୍ଥିତି ବଦଳିଯାଇଛି। ସରକାର ପରିବର୍ତ୍ତନ ହୋଇଛି। ରାଜ୍ୟରେ ବିଜେପି ସରକାର ଥିବା ବେଳେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବିଜେପି ଦଳର। ଏକାମ୍ର ଭୁବନେଶ୍ବର ବିଧାୟକ ମଧ୍ୟ ବିଜେପି ଦଳର। ତେଣୁ ସୂଚନା ଓ ଲୋକସମ୍ପର୍କ ବିଭାଗ, ବିଏମ୍‌ସି ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ମିଳିତ ଭାବେ ସକାଳେ ଓ ସନ୍ଧ୍ୟାରେ ପାଳନ କରିଥିବା ଉତ୍ସବକୁ ସାଂସଦଙ୍କ ସମେତ ଭୁବନେଶ୍ବର ଏକାମ୍ର, ମଧ୍ୟ, ଉତ୍ତର ଓ ଜଟଣୀ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ସକାଳୁ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ଉତ୍ସବରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଯୋଗଦେଇଥିଲେ। ମାତ୍ର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କିମ୍ବା ଏକାମ୍ର ବିଧାୟକ ବାବୁ ସିଂଙ୍କ ଦେଖା ମିଳି ନ ଥିଲା। ଅନୁରୂପ ଭାବେ ସନ୍ଧ୍ୟାରେ ଅନୁଷ୍ଠିତ ଉତ୍ସବରେ ଉଭୟ ନେତାଙ୍କ ସମେତ ନିମନ୍ତ୍ରଣପତ୍ରରେ ଥିବା ରାଜ୍ୟ ସରକାରଙ୍କ ତିନିମନ୍ତ୍ରୀ ଯଥା ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦେଖିବାକୁ ମିଳି ନ ଥିଲା। ପ୍ରତିଷ୍ଠା ଦିବସରେ ବିଜେଡି ଓ ବିଜେପି ନେତାଙ୍କ ଏଭଳି ଛକାପଞ୍ଝାକୁ ନେଇ ପୁଣିଥରେ ସହରରର ରାଜନୈତିକ ପାଣିପାଗ ସରଗରମ ହୋଇଛି।

ବିଜେଡି ବିଧାୟକ, କର୍ପୋରେଟର ସାମିଲ ହେଲେ
ସାଂସଦଙ୍କ ପାଇଁ ପାର୍ଟି ବଡ଼, ମାଟି ପଛ: ମେୟର
ମେୟର ହୀନ ରାଜନୀତି କରନ୍ତୁନି: ବାବୁ ସିଂ

ମେୟର ଶ୍ରୀମତୀ ଦାସ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି ଯେ ଆଜିର ଦିନ ଭୁବନେଶ୍ବରବାସୀଙ୍କ ପାଇଁ ଗୌରବମୟ। ସାଂସଦଙ୍କୁ ଯେତେବେଳେ ନିମନ୍ତ୍ରଣ କରାଯାଏ ସେ ଆସନ୍ତି ନାହିଁ। ଆଜି ମଧ୍ୟ ତାଙ୍କୁ ଡକାଯାଇଥିଲା। ହେଲେ ତା‌ଙ୍କ ପାଇଁ ଦଳ ବଡ଼ ହେଲା। ସଂସଦୀୟ କ୍ଷେତ୍ର ବଡ଼ ହେଲା ନାହିଁ। ଦଳର ପ୍ରଶିକ୍ଷଣ ଶିବିର ବଡ଼ ହେଲା, ଭୁବନେଶ୍ବରବାସୀ ବଡ଼ ହେଲେ ନାହିଁ। ତେଣୁ ସେ ଆସିଲେ ନାହିଁ। ଡାକୁନାହାନ୍ତି ବୋଲି ସାଂସଦ ସବୁବେଳେ ଅଭିଯୋଗ କରି ଆସିଛନ୍ତି। ମାତ୍ର ଯେତେବେଳେ ଡକାଯାଉଛି ସେତେବେଳେ କାମ ଆଳରେ ଆସୁନାହାନ୍ତି। ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ହେଉଥିବାରୁ ସେ ଏଠାକୁ ଆସି ପୁଣିଥରେ ସେଠାକୁ ଯାଇପାରିଥାନ୍ତେ। ମାତ୍ର ସେ ଏହାକୁ ଗୁରୁତ୍ବ ଭାବିଲେ ନାହିଁ।

ମେୟରଙ୍କ ସମାଲୋଚନା ପରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ଯେଉଁ କଥାରେ ରାଜନୀତି କରିବା କଥା, ସାଧାରଣ ଲୋକଙ୍କ ପାଖକୁ ଯିବା କଥା ସେକଥାରେ ମେୟର ରାଜନୀତି କରନ୍ତୁ। ଏଭଳି ଶସ୍ତା କଥା କହି ଯଦି ଭାବୁଥିବେ ଲୋକପ୍ରିୟତା‌ ବଢ଼ାଇବାକୁ ସେଇଟା ତାଙ୍କ ପାଇଁ ବୁମେରାଂ ହେବ। କିଏ ମାଟି ପାଇଁ ଲଢ଼େ ଓ କିଏ ପାର୍ଟି ପାଇଁ ଲଢ଼େ ତାହା ଅତୀତରେ ଲୋକେ ଦେଖିଛନ୍ତି। ଏବେ ମଧ୍ୟ ଲୋକ ଦେଖୁଛନ୍ତି ବିଜୁ ଜନତା ଦଳ କାହା ପାଇଁ ଲଢ଼ୁଛି। ପାର୍ଟି ପାଇଁ କି ମାଟି ପାଇଁ କି ବିଦେଶୀଙ୍କ ପାଇଁ। ରାଜନୀତିରୁ ଉର୍ଦ୍ଧ୍ବରେ ରହି ଯଦି ବକ୍ତବ୍ୟ ଦେବେ ତାହା ହେଲେ ଭଲ ହେବ। ଗତ ସରକାର କାହାକୁ ନିମନ୍ତ୍ରଣ କରିବାର ସଂସ୍କାର ଶିଖି ନ ଥିଲେ। ମାତ୍ର ବିଜେପି ସରକାର ସବୁବେଳେ ଜନପ୍ରତିନିଧିଙ୍କୁ ଡାକୁଛନ୍ତି। ତିନିଦିନ ହେଲା ପ୍ରଶିକ୍ଷଣ ଶିବିର ଚାଲିଛି। ଯେହେତୁ ମୁଁ ରହିପାରିବି ନାହିଁ, ତେଣୁ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଦସ୍ୟମାନଙ୍କୁ ଅବଗତ କରାଇଥିଲି। ବିଜେପି ସବୁବେଳେ ମାଟି ସାଙ୍ଗରେ ଥାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe