ହୃଦ୍‌ରୋଗ ପାଇଁ ବିପଦ ପ୍ରଦୂଷଣ

Advertisment

୯୦ ଲକ୍ଷ ପ୍ରଦୂଷଣ ମୃତ୍ୟୁରୁ ୬୧.୯ ପ୍ରତିଶତ ହୃଦ୍‌ଘାତଜନିତ

୯୦ ଲକ୍ଷ ପ୍ରଦୂଷଣ ମୃତ୍ୟୁରୁ ୬୧.୯ ପ୍ରତିଶତ ହୃଦ୍‌ଘାତଜନିତ

ହୃଦ୍‌ରୋଗ ପାଇଁ ବିପଦ ପ୍ରଦୂଷଣ

IQAir

ଭୁବନେଶ୍ବର: ପ୍ରଦୂଷଣ ଯୋଗୁଁ ବିଶ୍ବରେ ୨୦୧୯ ମସିହାରେ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରୁ କେବଳ ୬୧.୯ ପ୍ରତିଶତଙ୍କ ମୃତ୍ୟୁର କାରଣ ହୃଦ୍‌ରୋଗଜନିତ। ତାହା ପୁଣି ସଂକୀର୍ଣ୍ଣ ଧମନୀ ସମ୍ପର୍କିତ ହୃଦ୍‌ରୋଗ ଯୋଗୁଁ ୩୧.୭ ପ୍ରତିଶତ, ହୃଦ୍‌ଘାତ ଯୋଗୁଁ ୨୭.୭ ପ୍ରତିଶତଙ୍କ ଜୀବନ ଯାଉଛି। ବିଶ୍ବରେ ରୋଗ ଚାପ ନେଇ ୨୦୧୯ ମସିହାରେ କରାଯାଇଥିବା ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ବାୟୁ ପ୍ରଦୂଷଣ କେବଳ ହୃତ୍‌ପିଣ୍ଡରେ ଯନ୍ତ୍ରଣା ଦିଏ ନାହିଁ ବରଂ ଏହି ରୋଗ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ।

ଧାତୁ ପ୍ରଦୂଷକ ହୃଦ୍‌ରୋଗର ବିପଦକୁ ବଢ଼ାଉଥିବା ନେଇ ପ୍ରମାଣ ରହିଛି। ତିନିଟି ଶ୍ରେଣୀର ଉତ୍ପାଦିତ ରାସାୟନିକ ପଦାର୍ଥ ଏହି ରୋଗ ବୃଦ୍ଧି କରେ। ଏହା ସତ୍ତ୍ବେ ହୃଦ୍‌ରୋଗ ନିୟନ୍ତ୍ରଣ ପାଇଁ ପ୍ରଦୂଷଣ ହ୍ରାସକୁ ଗୁରୁତ୍ବ ଦିଆଯାଇ ନାହିଁ। ଏସମ୍ପର୍କିତ ନିର୍ଦେଶାବଳୀ ପ୍ରାୟତଃ ନାହିଁ। ବ୍ୟକ୍ତିଗତ ଆଚରଣ ଏବଂ ଜୀବନଶୈଳୀକୁ ବିଶେଷ ଧ୍ୟାନ ଦିଆଯାଇଛି। ସମୟ ପରିବର୍ତ୍ତନ ସହିତ ନିର୍ଦେଶାବଳୀର ପରିବର୍ତ୍ତନର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe