ନିର୍ବାଚନୀ ପରବର୍ତ୍ତୀ ହିଂସା: ଦଳୀୟ ଶିବିରରେ ଭଙ୍ଗାରୁଜା, ଥାନା ଘେରିଲେ ସମର୍ଥକ

Advertisment
ନିର୍ବାଚନୀ ପରବର୍ତ୍ତୀ ହିଂସା: ଦଳୀୟ ଶିବିରରେ ଭଙ୍ଗାରୁଜା, ଥାନା ଘେରିଲେ ସମର୍ଥକ

ଭୁବନେଶ୍ବର: ରବିବାର ମଞ୍ଚେଶ୍ବର ସ୍ଥିତ ୱାର୍ଡ ନଂ-୧୮ରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ସନ୍ଧ୍ୟା ପାଖାପାଖି ସାଢ଼େ ୭ଟାରେ ୮ରୁ ୧୦ଟି ବାଇକ୍‌ରେ ୧୫ରୁ ଊର୍ଧ୍ବ ଯୁବକ ଖଣ୍ଡା, ଭୁଜାଲି ଧରି ସମ୍ପକ୍ତ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ।

ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନିକଟରେ ଥିବା ମା’ ମଙ୍ଗଳା ୟୁଥ୍‌ କ୍ଲବରେ ପଶି ସେଠାରେ ଥିବା ବିଜେଡି ଅସ୍ଥାୟୀ ଶିବିରକୁ ଭାଙ୍ଗି‌ଥିଲେ। ସେମାନଙ୍କ ଉତ୍ପାତ ଏଭଳି ଥିଲା‌ ଯେ କେହି ଅଟକାଇବାକୁ ସାହସ କରିନଥିଲେ। ଯାହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ୟୁଥ୍‌ କ୍ଲବର ସଦସ୍ୟମାନେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଥିଲେ। ପୁଲିସ ହସ୍ତକ୍ଷେପ କରି ବୁଝାସୁଝା ପରେ ସେମାନେ ଧାରଣାରୁ ହଟିଥିଲେ। ଅନ୍ୟପଟେ ସନ୍ଦେହରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe