ସାହସ ଦେଖାଇଲେ ଏଫଏମ୍‌ଟି ଡାକ୍ତର: ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ କଲେ, କୋଭିଡରେ ଆକ୍ରାନ୍ତ ଥିଲେ

Advertisment
୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ଭୁବନେଶ୍ବର: କରୋନା ଯୁଦ୍ଧର ସମ୍ମୁଖ ଭାଗ ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟସେବା କର୍ମଚାରୀ। ଜୀବନକୁ ବାଜି ଲଗାଇ ଯୁଦ୍ଧ କରୁଛନ୍ତି। କେତେକ କ୍ଷେତ୍ରରେ ସାହସ ଦେଖାଉଛନ୍ତି ଡାକ୍ତର। କରୋନା ପଜିଟିଭ୍ ଥାଇ ଲୁଟେରାଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ବୃଦ୍ଧା ତୁଳସୀ ଦେଈଙ୍କର ଆଜି କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହୋଇଛି। ଶବ ବ୍ୟବଚ୍ଛେଦ ସମୟରେ ସଂକ୍ରମଣର ଭୟ ଅଧିକ ରହିଥାଏ। କିନ୍ତୁ କ୍ୟାପିଟାଲ ହସ୍ପିଟାଲ ଏଫଏମ୍‌ଟି ଡାକ୍ତର ଲକ୍ଷ୍ମୀକାନ୍ତ ବେହେରା ସାହସର ଶହ ଶବ ବ୍ୟବଚ୍ଛେଦ କରିଛନ୍ତି। ପିପିଇ କିଟ୍ ପିନ୍ଧି ଶବ ବ୍ୟବଚ୍ଛେଦ କରିଛନ୍ତି। ପରିସ୍ଥିତି ଯାହା ବି ହେଉ ଡ୍ୟୁଟି ସବୁ ବେଳେ ଆଗ ବୋଲି କହିଛନ୍ତି ଡାକ୍ତର ବେହେରା।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଦୁର୍ବୃତ୍ତ ନୂଆପଲ୍ଲୀ ଥାନା ଏନ୍-୪ରେ ରହୁଥିବା ତୁଳସୀ ଦେଈଙ୍କ ଘରେ ପଶି ପ୍ରାଣାନ୍ତକ ଆକ୍ରମଣ କରି ସୁନା ଅଳଙ୍କାର ଲୁଟପାଟ କରିଥିଲେ। ଛୁରାମାଡ଼ରେ ଗୁରୁତର ଆହତ ହୋଇ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ। କରୋନା ପଜିଟିଭ୍ ବାହାରିବା ପରେ ସମ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ୭୦ ବର୍ଷୀୟା ବୃଦ୍ଧା ତୁଳସୀଙ୍କର ଗତକାଲି ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe