କରୁଣାନିଧିଙ୍କ ଉପରେ ଶୋକ ପୋଷ୍ଟାଲ୍‌ କଭର

Advertisment
କରୁଣାନିଧିଙ୍କ ଉପରେ ଶୋକ ପୋଷ୍ଟାଲ୍‌ କଭର

ଭୁବନେଶ୍ୱର: ତାମିଲନାଡ଼ୁର ଚର୍ଚିତ ରାଜନୀତିଜ୍ଞ ମୁଥୁଭେଲ୍‌ କରୁଣାନିଧିଙ୍କ ପରଲୋକ ପରେ ତାଙ୍କ ଉପରେ ଏକ ପୋଷ୍ଟାଲ୍‌ କଭର ପ୍ରକାଶ ପାଇଛି। ମୋର୍ଣ୍ଣିଂ କଭର ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଏହି ଶୋକ ପୋଷ୍ଟାଲ୍‌ କଭର (ମୋର୍ଣ୍ଣିଙ୍ଗ୍‌ କଭର) ପ୍ରକାଶ ପାଇଛି। ୭ ତାରିଖରେ ତାଙ୍କ ପରଲୋକ ଖବର ଘୋଷଣା ହେବା ମାତ୍ରେ ସୋସାଇଟି ପକ୍ଷରୁ ଏହି କଭର ପ୍ରସ୍ତୁତ କରାଯିବା ସହ ଡାକ ଜରିଆରେ ପ୍ରେରଣ କରାଯାଇଥିଲା। ଶୋକ ତଥା ମୋର୍ଣ୍ଣିଂ କଭର ବିଶିଷ୍ଟ ରାଜନୀତିଜ୍ଞ, ଅଗ୍ରଣୀ ନେତା ଏବଂ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଉଦ୍ଦେଶ୍ୟରେ ପ୍ରକାଶ ପାଉଥିବା ବେଳେ ମୋର୍ଣ୍ଣିଂ କଭର କଲେକ୍ଟର୍ସ ସୋସାଇଟି ଅଫ୍‌ ଇଣ୍ଡିଆର ସମ୍ପାଦକ ଅନିଲ୍‌ ଧୀରଙ୍କ ଉଦ୍ୟମରେ ୫୦୦ଟି ପୋଷ୍ଟାଲ୍‌ କଭର୍‌ ପ୍ରକାଶ ପାଇଛି। ସେଥି ମଧ୍ୟରୁ ୩୦୦ଟି କଭର ତାମିଲନାଡ଼ୁର ଡାକ ଟିକେଟ ସଂଗ୍ରାହକ (ଫିଲାଟେଲିଷ୍ଟ୍‍ସ)ଙ୍କ ଉଦ୍ଦେଶ୍ୟରେ ପଠାଇ ଦିଆଯାଇଛି। ଉନବିଂଶ ଓ ବିଂଶ ଶତାବ୍ଦୀର ପ୍ରଥମାର୍ଧରେ ଏହି ଶୋକ ପୋଷ୍ଟାଲ୍‌ କଭର୍‌ଗୁଡ଼ିକ ଶୋକ ବ୍ୟକ୍ତ ପୂର୍ବକ ପଠାଯାଉଥିଲା। ଏବେ କିନ୍ତୁ ଏହା ସଂଗ୍ରାହକଙ୍କ ମଧ୍ୟରେ ସୀମିତ ରହିଛି। ସୋସାଇଟିର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଧୀର୍‌ଙ୍କ କହିବା ମୁତାବକ, ଏହା ଆଗରୁ ବିଜୁ ପଟ୍ଟନାୟକ, ଏପିଜେ ଅବଦୁଲ କାଲାମ, ଖୁସଓ୍ଵନ୍ତ ସିଂ ଏବଂ ସଦ୍ଦାମ ହୁସେନ୍‌ଙ୍କ ଉପରେ ଶୋକ ପୋଷ୍ଟାଲ୍‌ କଭର୍‌ ପ୍ରକାଶ ପାଇଛି। ମହାତ୍ମା ଗାନ୍ଧୀଙ୍କ ଉପରେ ପ୍ରକାଶ ପାଇଥିବା ଶୋକ ପୋଷ୍ଟାଲ୍‌ କଭର୍‌ ନିକଟରେ ୬ଲକ୍ଷ ଟଙ୍କାରେ ବିକ୍ରି ମଧ୍ୟ ହୋଇଛି। ଶ୍ରୀ ଧୀର୍‌ ନିଜ ବ୍ୟକ୍ତିଗତ ଉଦ୍ୟମରେ ଏପର୍ଯ୍ୟନ୍ତ ୧୮୦ଟି ଦେଶର ୨୦୦ ବର୍ଷର ପ୍ରାୟ ୫ହଜାର ଶୋକ ପୋଷ୍ଟାଲ୍‌ କଭର ତଥା (ମୋର୍ଣ୍ଣିଂ କଭର) ନିଜ ନିକଟରେ ମହଜୁଦ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe