କାନ୍ଥବାଡ଼ରେ ପୋଷ୍ଟର, ୬ ସଂସ୍ଥା ନାଁରେ ଏତଲା

Advertisment
କାନ୍ଥବାଡ଼ରେ ପୋଷ୍ଟର, ୬ ସଂସ୍ଥା ନାଁରେ ଏତଲା

ଭୁବନେଶ୍ବର: କାନ୍ଥବାଡ଼ରେ ପୋଷ୍ଟର ମାରି ସହରକୁ ଅପରିଷ୍କାର କରୁଥିବା ଅଭିଯୋଗରେ ୬ଟି ସଂସ୍ଥା ନାଁରେ ଏତଲା ଦେଇଛି ବିଏମ୍‌ସି। ଏଥିରେ ସୂର୍ଯ୍ୟନଗରରେ ଥିବ‌ା କିଚେନ୍‌-୯୯, ଏସ୍‌ଆର ଫିଜିକ୍ସ, ଗଜପତି ନଗରର ଝା ଫିଜିକ୍ସ, ଲକ୍ଷ୍ମୀସାଗରର ଅନିମା ଜନସେବା କ୍ଲିନିକ୍‌, ସତ୍ୟନଗର ସେଣ୍ଟ ଜାଭିୟର ହାଇସ୍କୁଲ୍‌ ଓ ୟୁନିଟ୍‌-୩ର ଭାରତୀୟ ବିଦ୍ୟାଳୟ ନାମରେ ସମ୍ପୃକ୍ତ ଥାନାରେ ଅଭିଯୋଗ ହୋଇଛି।

ତତ୍‌ସହିତ ଏହାକୁ ପରିଷ୍କାର କରିବାକୁ ହେବାକୁ ଥିବା ଖର୍ଚ୍ଚ ଆଦାୟ କରିବାକୁ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନୋଟିସ୍‌ ହୋଇଛି। ଖର୍ଚ୍ଚ ଜମା ନ କଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ‌ ବୋଲି ବିଏମ୍‌ସି କହିଛି। ପୂର୍ବରୁ ଏଭଳି ୧୫ରୁ ଊର୍ଦ୍ଧ୍ବ ସଂସ୍ଥାଙ୍କ ନାମରେ ଏତଲା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe