ୟୁଟ୍ୟୁବ୍‌ରେ ନକଲି ଭିଡିଓ ପୋଷ୍ଟ କରିବା ମହଙ୍ଗା ପଡ଼ିଲା

Advertisment

ୟୁଟ୍ୟୁବର୍‌ ପ୍ରୀତିପ୍ରକାଶ ଗିରଫ

ୟୁଟ୍ୟୁବର୍‌ ପ୍ରୀତିପ୍ରକାଶ ଗିରଫ

୨ ଥାନା ଇଲାକାରେ ଗୋଷ୍ଠୀ ସଂଘର୍ଷ, ମାରପିଟ୍ ମାମଲା:୧୪ ଅଭିଯୁକ୍ତ ଗିରଫ

Image Courtesy of India Today

ଚନ୍ଦ୍ରଶେଖରପୁର: ୟୁ-ଟ୍ୟୁବ୍‌ରେ ଅଶାଳୀନ ମନ୍ତବ୍ୟଭରା ଏକ ଭିଡିଓ ଅପଲୋଡ୍‌ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଆଜି ପ୍ରୀତିପ୍ରକାଶ ନାୟକ (୨୬) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ପ୍ରୀତିପ୍ରକାଶଙ୍କର ୟୁଟ୍ୟୁବ୍‌ରେ ‘ସୋସିଆଲ ଟକ୍‌’ ନାମକ ଏକ ଚ୍ୟାନେଲ ରହିଛି। ପୁଲିସ୍‌ ସୂଚନାନୁସାରେ, ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ଭିଡିଓ ଡାଉନଲୋଡ୍‌ କରି ତାହାକୁ ଏଡିଟ୍‌ କରି ବିକୃତ କରିଦେଇଥିଲେ। ଭିଡିଓରେ ଥିବା ସ୍ବର ଓ ମନ୍ତବ୍ୟକୁ ବଦଳାଇ ସେଥିରେ ସେ ନିଜେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିଲେ।

ପରେ ଉକ୍ତ ଭିଡିଓକୁ ସେ ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିଦେଇଥିଲେ। ଏହି ଭିଡିଓ ଦେଖି ଶତାଧିକ ଲୋକ ଉକ୍ତ ଯୁବତୀଙ୍କୁ ଖରାପ କମେଣ୍ଟ ଦେଇଥିଲେ। ତେବେ ଏ ସଂପର୍କରେ ଜାଣିବା ପରେ ଯୁବତୀଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଏଡିଟ୍‌ ହୋଇଥିବା ଭିଡିଓ ଏବଂ ଅସଲି ଭିଡିଓର ବିଷୟ ଓ ସ୍ବର ପୂରା ଅଲଗା। ତେଣୁ ପୁଲିସ୍‌ ଆଜି ପ୍ରୀତିପ୍ରକାଶଙ୍କୁ ନୀଳାଦ୍ରିବିହାର ସେକ୍ଟର-୨ସ୍ଥିତ ତାଙ୍କ ଘରୁ ଗିରଫ କରିଥିଲା। ସଂଧ୍ୟାରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe