ଭୁବନେଶ୍ୱର: ରେଳ ଷ୍ଟେସନ୍ଗୁଡ଼ିକରେ କାମ କରୁଥିବା ଲାଇସେନ୍ସପ୍ରାପ୍ତ ପୋଟର୍ସମାନଙ୍କୁ ଗ୍ୟାଙ୍ଗମ୍ୟାନ୍ ବା ଟ୍ରାକ୍ମ୍ୟାନ ଭାବରେ ନିଯୁକ୍ତି ପ୍ରଦାନ ଦାବି ନେଇ ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପୋଟର୍ସ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସର୍ବଭାରତୀୟ ଦାବି ଦିବସ ପାଳନ ଉପଲକ୍ଷେ ଆଜି ପୋଟର୍ସମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଆଇଟିୟୁସି ସହ ଅନୁବନ୍ଧିତ ଇଷ୍ଟକୋଷ୍ଟ ରେଳବାଇ ପୋଟର୍ସ ୟୁନିୟନ୍ ଡାକରାରେ ରାଜ୍ୟର ୩ଟି ଡିଭିଜନ୍ ଅଧୀନରେ ଥିବା ସମସ୍ତ ଷ୍ଟେସନ୍ର କୁଲିମାନେ ସର୍ବଭାରତୀୟ ଧର୍ମଘଟରେ ସାମିଲ ହୋଇଥିଲେ। ୟୁନିୟନ୍ର କାର୍ଯ୍ୟକାରୀ ସଭାପତି ସୁର ଜେନା, ଏଆଇଟିୟୁସି ଜାତୀୟ ସାଧାରଣ ପରିଷଦ ସଭ୍ୟ ଜୟନ୍ତ ଦାସ, ବିଜୟ ଜେନା ଓ ଅମରେନ୍ଦୁ ମହାନ୍ତି ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ। ପୂର୍ବତଟ ରେଳବାଇ ପକ୍ଷରୁ ବାଣିଜ୍ୟ ବିଭାଗର ଉପ-ମହାପ୍ରବନ୍ଧକ ଦେବରାଜ ନାୟକ ୮ ଜଣିଆ ପ୍ରତିନିଧିମଣ୍ଡଳୀଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ।
ରେଳ ସଦନ ସମ୍ମୁଖରେ ପୋଟର୍ସ ୟୁନିୟନ୍ର ବିକ୍ଷୋଭ
Advertisment
Follow Us