ଛାନିଆରେ ବୋହିନେ‌ଲେ ଆଳୁ: ଆଳୁ ୬୫, ପିଆଜ ୭୦

Advertisment

ବାତ୍ୟା ପ୍ରତି ସତର୍କ ରହିବାକୁ ସରକାରଙ୍କ ପରାମର୍ଶ ପରେ ଆଳୁ ଗୋଦାମ ଉପରେ ଏହାର ପ୍ରଚଣ୍ଡ ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ହେଲେ ସେହି ସମୟରେ ତଥା ତା’ର ଆଉକିଛି ଦିନଯାଏ ଦୋକାନ ବଜାର ବନ୍ଦ ରହିବା ସହିତ ଯୋଗାଣ ବନ୍ଦ ହୋଇଯିବାରୁ ଜିନିଷପତ୍ରର ଅଭାବ ସୃଷ୍ଟିହେବାର...

ବାତ୍ୟା ପ୍ରତି ସତର୍କ ରହିବାକୁ ସରକାରଙ୍କ ପରାମର୍ଶ ପରେ ଆଳୁ ଗୋଦାମ ଉପରେ ଏହାର ପ୍ରଚଣ୍ଡ ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ହେଲେ ସେହି ସମୟରେ ତଥା ତା’ର ଆଉକିଛି ଦିନଯାଏ ଦୋକାନ ବଜାର ବନ୍ଦ ରହିବା ସହିତ ଯୋଗାଣ ବନ୍ଦ ହୋଇଯିବାରୁ ଜିନିଷପତ୍ରର ଅଭାବ ସୃଷ୍ଟିହେବାର...

djgdjdjgdgjdjg

ଖଣ୍ଡଗିରି: ବାତ୍ୟା ପ୍ରତି ସତର୍କ ରହିବାକୁ ସରକାରଙ୍କ ପରାମର୍ଶ ପରେ ଆଳୁ ଗୋଦାମ ଉପରେ ଏହାର ପ୍ରଚଣ୍ଡ ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ହେଲେ ସେହି ସମୟରେ ତଥା ତା’ର ଆଉକିଛି ଦିନଯାଏ ଦୋକାନ ବଜାର ବନ୍ଦ ରହିବା ସହିତ ଯୋଗାଣ ବନ୍ଦ ହୋଇଯିବାରୁ ଜିନିଷପତ୍ରର ଅଭାବ ସୃଷ୍ଟିହେବାର ଆଶଙ୍କା ଥିବାରୁ ଲୋକେ ଛାନିଆ ହୋଇପଡ଼ିଛନ୍ତି। ତେଣୁ ଘରେ ଯଥେଷ୍ଟ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବାଲାଗି ସମସ୍ତେ ବଜାରକୁ ଧାଉଁଛନ୍ତି। ଆଜି ସନ୍ଧ୍ୟାରେ ସ୍ଥାନୀୟ କୁବେରପୁରୀଠାରେ ଆଳୁ କେଜି ୨୫ଟଙ୍କାରୁ ହଠାତ୍‌ ୩୨ଟଙ୍କାକୁ ବୃଦ୍ଧି ପାଇଛି। ରାତି ୯ଟାସୁଦ୍ଧା ଆଳୁ ଶେଷ ହୋଇଯାଇଥିବା ବ୍ୟବସାୟୀଙ୍କଠାରୁ ସୂଚନା ମିଳିଛି। କିଛି ଗୋଦାମରେ ଅଳ୍ପ କିଛି ବସ୍ତା ଆଳୁ ମହଜୁଦ ଅଛି। ସେହିଭଳି ପିଆଜର ମଧ୍ୟ ଦର ବୃଦ୍ଧି ହୋଇଛି। ଗୋଦାମରେ ପିଆଜ କେଜି ୬୦ ଟଙ୍କାରେ ପହଞ୍ଚି ଯାଇଛି। କାର୍ତ୍ତିକ ମାସରେ ପରିବା ଦର ସ୍ବାଭାବିକ ଭାବେ ଅଧିକ ରହିଥିବା ବେଳେ‌ ବାତ୍ୟାର ଆଶଙ୍କା ଲୋକଙ୍କ ପକେଟ୍‌ ଉପରେ ପଡ଼ିଛି।

ବାତ୍ୟା ଆଶଙ୍କାରେ ଗତକାଲିଠାରୁ ହିଁ ରାଜଧାନୀରେ ଲୋକ ଆତଙ୍କିତ ହେବା ଆରମ୍ଭ କରିଥିଲେ। ଫଳରେ ଅଭ୍ୟନ୍ତରର ଛୋଟ ଦୋକାନଗୁଡ଼ିକରେ ଗତକାଲି ସକାଳେ ଆଳୁ କେଜିର ଦର ୩୫ ଟଙ୍କା ଥିବାବେଳେ ସନ୍ଧ୍ୟାବେଳକୁ ୪୫ ଟଙ୍କାକୁ ଛୁଇଁ ଯାଇଥିଲା। ଆଜି ଲୋକେ ଆତଙ୍କିତ ହୋଇ ହାଟରେ ପ୍ରବଳ ଭିଡ଼ ଜମାଇଥିଲେ। ଆଜି ସନ୍ଧ୍ୟାସୁଦ୍ଧା ଅନେକ ଗୋଦାମରେ ଆଳୁ ଶେଷ ହୋଇଯାଇଥିଲା। ରାଜଧାନୀର ଅନେକ ହାଟରେ ମଧ୍ୟ ଆଳୁ ଆଉ ମିଳୁନଥିଲା। ଯେଉଁ ଦୋକାନଗୁଡ଼ିକରେ ମିଳୁଥିଲା, ସେଠି ଦର ଆକାଶଛୁଆଁ ହୋଇ ଯାଇଥିଲା। ଉଦାହରଣସ୍ବରୂପ ବରମୁଣ୍ଡା ରୁଚିକା ହାଟରେ ଆଜି ସନ୍ଧ୍ୟାରେ ଆଳୁ କେଜି ପିଛା ୬୫ଟଙ୍କାରେ ବିକ୍ରି ହୋଇଥିବା ବେଳେ ପିଆଜ ୭୦ ଛୁଇଁଥିଲା। ଏହାର ସିଧାସଳଖ ଫାଇଦା ନେଇଛନ୍ତି ଖୁଚୁରା ବେପାରୀ। ଅନ୍ୟପକ୍ଷରେ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେହିପରି ଖଣ୍ଡଗିରି ଅଞ୍ଚଳର ତପସ୍ବିନୀ ବାରିକ କହିଛନ୍ତି, ‘‘ଆଳୁ, ପିଆଜ ଦର ବଢ଼ିଛି, ହେଲେ ବାତ୍ୟାର ପ୍ରଭାବ କିଭଳି ରହିବ ଜଣା ପଡ଼ୁନଥିବାରୁ ଘରେ ଆଗୁଆ ପରିବା ଓ ସଉଦା ରଖିବାକୁ ପଡ଼ିବ।’’ ସେହିପରି ଖୁଚୁରା ପରିବା ବ୍ୟବସାୟୀ ଦୀନବନ୍ଧୁ ଜେନା କହିଲେ, ‘‘ଯେଉଁ ଲୋକ ଅତିବେଶୀରେ ୨ କେଜି ଆଳୁ ନିଅନ୍ତି, ସେମାନେ ଆଜି ୫ରୁ ୬କେଜି ଆଳୁ କିଣିଛନ୍ତି। ସେହିପରି ପିଆଜର ଚାହିଦା ମଧ୍ୟ ଦୁଇଗୁଣା ହୋଇଯାଇଛି। ସମସ୍ତଙ୍କର ଚାହିଦା ମେଣ୍ଟାଇବା ସମ୍ଭବ ହେଉନାହିଁ।’’ ବାତ୍ୟା ଆଶଙ୍କା ପରିବା ବଜାର ଉପରେ ମଧ୍ୟ ପ୍ରବଳ ଚାପ ପକାଇଛି। କାର୍ତ୍ତିକ ପାଇଁ ପରିବାଗୁଡ଼ିକର ଦର ପୂର୍ବରୁ ତ ଅଧିକ ଥିଲା, ବାତ୍ୟାର ଆଶଙ୍କାରେ ତାହା ଆହୁରି ଉପରକୁ ଚଢ଼ି ଯାଇଛି। ତେବେ ଅଧିକାଂଶ ଲୋକ ପରିବା ଅପେକ୍ଷା ଆଳୁ ମହଜୁଦ ରଖିବାକୁ ବୁଦ୍ଧିମାନର କାମ ବୋଲି ବିଚାର କରୁଛନ୍ତି। କିଛି ନହେଲେ ଖାଲି ଭାତ ଓ ଆଳୁରେ କିଛିଦିନ ଚଳିହେବ ବୋଲି ସେମାନଙ୍କର ମତ। ଯେମିତି ବରମୁଣ୍ଡା ଅଞ୍ଚଳର ସୁବାସ ଲେଙ୍କା କହିଲେ, ‘‘ବାତ୍ୟା ପାଇଁ ଆଗୁଆ ସଜାଗ ହେବାକୁ ପଡ଼ିବ। ତେବେ ଚାଉଳ ଓ ରନ୍ଧନଗ୍ୟାସ୍ ସହିତ ଘରେ ଆଳୁ ଥିଲେ ଆଉ ଚିନ୍ତା ନାହିଁ...।’’ ଆଜି ସନ୍ଧ୍ୟ‌ାରେ ବିଭିନ୍ନ ସଉଦା ଦୋକାନରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଜମିଥିଲା। ବାତ୍ୟା ଆଶଙ୍କାରେ ଚୁଡ଼ା, ଅମୁଲ ଓ ଅଣ୍ଡା କିଣିବାକୁ ଲୋକେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe