ୟୁନିଟ ୧ ମାର୍କେଟରେ ଆଳୁ-ଚଢ଼ଉ: ୧୦୦ ଟଙ୍କାରେ ମିଳିବ ୩ କିଲୋ

ୟୁନିଟ ୧ ମାର୍କେଟରେ ଆଳୁ-ଚଢ଼ଉ: ୧୦୦ ଟଙ୍କାରେ ମିଳିବ ୩ କିଲୋ

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଅସାଧୁ ବ୍ୟବସାୟୀ ମନଇଛା ଦରରେ ଆଳୁ ବିକ୍ରି କରୁଛନ୍ତି। ଭୁବନେଶ୍ବର ୟୁନିଟ-୧ ମାର୍କେଟର ବ୍ୟବସାୟୀ ଚଢ଼ାଦରରେ ଆଳୁ ବିକ୍ରି କରୁଥିବା ଅଭିଯୋଗ ପରେ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ଏହାସହିତ ସରକାର ଧାର୍ଯ୍ୟ କରିଥିବା ଦାମ୍‌ରେ ଆଳୁ ବିକିବାକୁ ଆଳୁ ବ୍ୟବସାୟୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆ ଯାଇଥିଲା। ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ୟୁନିଟ ୧ ମାର୍କେଟର ଆଳୁ ବ୍ୟବସାୟୀମାନଙ୍କ ସହିତ ଆଲୋଚନା ପରେ କେତେ ଦରରେ ସେମାନେ ଆଳୁ ବିକ୍ରି କରିବେ, ତାହା ଯୋଗାଣ ବିଭାଗ ଅଧିକାରୀ ଧାର୍ଯ୍ୟ କରିଛନ୍ତି। ଭୁବନେଶ୍ବର ୟୁନିଟ ୧ ମାର୍କେଟର ଆଳୁ ବ୍ୟବସାୟୀ କିଲୋ ପିଛା ୩୨ ଓ ୩୫ ଟଙ୍କାରେ ଆଳୁ ବିକ୍ରି କରିବାକୁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଏଣିକି ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇବେ ଗ୍ରାହକ। ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଭୁବନେଶ୍ୱରର ବିଭିନ୍ନ ଡିଲରଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି। ସେମାନେ ସରକାରୀ ଖୁଚୁରା ବିକ୍ରୟକେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରିବେ। ଏଥିପାଇଁ ଆଳୁଭର୍ତ୍ତି ଟ୍ରକ ଆଇଗଣିଆ ଗୋଦାମରୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ସେଠାରୁ ଡିଲର୍‌ମାନେ ଆଳୁ ନେବା ଆରମ୍ଭ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe