ଭୁବନେଶ୍ବର: ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କ ଲିଖିତ ସଂସ୍କୃତ ଦୂତକାବ୍ୟ ‘ପ୍ରଜ୍ଞାଦୂତମ୍’ର ପଦ୍ୟାନୁବାଦକୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ୍ ଲୋକାର୍ପିତ କରିଛନ୍ତି। ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ଏହାକୁ ଓଡ଼ିଆରେ ପଦ୍ୟାନୁବାଦ କରିଥିବାରୁ ରାଜ୍ୟାପାଳ ଶ୍ରୀ ତ୍ରିପାଠୀଙ୍କୁ ପ୍ରଶଂସା କରିଛନ୍ତି। ରାଜଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆୟୁର୍ବେଦିକ ଡାକ୍ତର ଦୀନବନ୍ଧୁ ମହାରଣା ରାଜ୍ୟପାଳଙ୍କୁ ହଜାରେ ବର୍ଷ ତଳର ସାଧକମାନଙ୍କର ପଟ୍ଟଚିତ୍ର ଉପହାର ଦେଇଥିଲେ। ଏହି ଉତ୍ସବରେ ପଣ୍ଡିତ ମିଶ୍ର, ଦୀନବନ୍ଧୁ ମହାରଣା, ପୁସ୍ତକର ପ୍ରକାଶକ କ୍ରିଏଟିଭ୍ ନିମାଇଁ ଭୂୟାଁ, କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରବୋଧ ମିଶ୍ରଙ୍କ ପ୍ରଜ୍ଞାଦୂତମ୍ କାବ୍ୟର ପଦ୍ୟାନୁବାଦ ଲୋକାର୍ପିତ
Advertisment
Follow Us