କଳିଙ୍ଗ ଟିଭିର ‘ପ୍ରଗତି ପଥେ ଓଡ଼ିଶା’ କନ୍‌କ୍ଲେଭ

କଳିଙ୍ଗ ଟିଭିର ‘ପ୍ରଗତି ପଥେ ଓଡ଼ିଶା’ କନ୍‌କ୍ଲେଭ

ଭୁବନେଶ୍ବର: କଳିଙ୍ଗ ଟିଭିର କନ୍‌କ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’ ମେ’ ଫେୟାର କନଭେନସନ୍‌ରେ ଅନୁଷ୍ଠିତ ହୋଇଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କିଟ୍‌ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଇପିକଲ୍‌ ଏମଡି ଭୂପିନ୍ଦର ସିଂ ପୁନିଆ ଏବଂ କଳିଙ୍ଗ ଟିଭିର ଉପଦେଷ୍ଟା ଉମାପଦ ବୋଷ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଲେ, ସମଗ୍ର ଭାରତରେ ଓଡ଼ିଶା ଶିକ୍ଷା ହବ୍‌ ପାଲଟିଛି। ଶିକ୍ଷା ସ୍ବାସ୍ଥ୍ୟ, ଗମନାଗମନ ସହ ଓଡ଼ିଶା ମଧ୍ୟ ସ୍ପୋର୍ଟସ ହବ୍‌ ପାଲଟିଛି ବୋଲି କହିଥିଲେ।

ଅନ୍ୟତମ ଅତିଥି ଭାବେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇଥିଲେ। ଏସ୍‌ଏନ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି, ଜେଏସ୍‌ପିଏଲ୍‌ର ଓଡ଼ିଶା ମୁଖ୍ୟ ପ୍ରଶାନ୍ତ ହୋତା, ଟିପିଡବ୍ଲୁଓଡିଏଲ୍‌ର ସିଇଓ ଗଜାନନ କାଲେ, ବେଦାନ୍ତର ନିର୍ଦ୍ଦେଶକ ତପନ ଚାନ୍ଦ, ଇଭୋସ୍‌ ବିଲ୍ଡକନ୍‌ର ଗ୍ରୁପ୍‌ ମୁଖ୍ୟ ରବିନ୍‌ ଭଟ୍ଟନାଗର, ଜୟ ଭାରତ ସ୍ପାଇସେସ୍‌ର ଏମ୍‌ଡି ସୁଶାନ୍ତ ପଣ୍ଡା, ଓକାକ୍‌ର ଅଧ୍ୟକ୍ଷ ମନୋଜ ମିଶ୍ର, ଡିଭି ଆନାଲିଟିକ୍ସର ପ୍ରତିଷ୍ଠାତା ଦେବେନ୍ଦ୍ର ଦେବଦତ୍ତ ଦାସ, ୱାୟରଟେଲ୍‌ ବ୍ରଡବ୍ରାଣ୍ଡର ନିର୍ଦ୍ଦେଶକ ଅଭିଜିତ୍‌ ପଣ୍ଡା ଓ ଗ୍ରୋଜିପ୍‌ର ପ୍ରତିଷ୍ଠାତା ତଥା ସିଇଓ ଆନନ୍ଦ ମିଶ୍ର ଯୋଗଦେଇ ବିଭିନ୍ନ ଅଧିବେଶନରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe