୭ଜଣଙ୍କୁ ପ୍ରଜ୍ଞାରତ୍ନ ସମ୍ମାନ

୭ଜଣଙ୍କୁ ପ୍ରଜ୍ଞାରତ୍ନ ସମ୍ମାନ

ଭୁବନେଶ୍ବର: ପ୍ରଜ୍ଞା ଏକାଡେମି ଆଣ୍ଡ୍‌ କଲ୍‌ଚରାଲ୍‌ ଟ୍ରଷ୍ଟ୍‌ ଏବଂ ପୁଣ୍ୟ ଉତ୍କଳ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି ‘ଗୀତି ଦରବାର’। ଶୀତ ପାଇଁ ଗୀତ ଆସରର ଏହି ନିଆରା କାର୍ଯ୍ୟକ୍ରମରେ ଗୀତିକାର ମନୋରଂଜନ ମହାପାତ୍ରଙ୍କ ସଂଗୀତ ପରିବେଷଣ କରିଥିଲେ। ଦେବାଶିଷ ମହାପାତ୍ର, ଡ.ସଂଗୀତା ଗୋସାଇଁ, ରୂପକ ପରିଡ଼ା, ଛନ୍ଦା ମିଶ୍ର, ସୋନାଲି ମହାପାତ୍ର, ଅଞ୍ଜନି ରାଉତରାୟ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଗୀତିକାର ଇଂ ଜେ ଆଦେନୀ, ଡ.ବାବାଜି ଚରଣ ପଟ୍ଟନାୟକ, ବିକାଶ ଦାସ, ଦେବାଶିଷ ମହାପାତ୍ର, ଡ.ସଂଗୀତା ଗୋସାଇଁ, କମଳ କୁମାର ପଟ୍ଟନାୟକ, ହରିହର ମିଶ୍ରଙ୍କୁ ପ୍ରଜ୍ଞାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ସଂସ୍କୃତି ବିଭାଗର ପ୍ରମୁଖ ଶାସନସଚିବ ମନୋରଂଜନ ପାଣିଗ୍ରାହୀ, ଡାକବିଭାଗର ମହାଡାକପାଳ ସନ୍ତୋଷ କୁମାର କାମିଲା, ରାଜସ୍ବ ବଭାଗର ଡିଭିଜନାଲ୍‌ କମିସନର ମହେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପୁଣ୍ୟପ୍ରଜ୍ଞା ଗୀତିମଞ୍ଚର ମହାସଚିବ ତଥା ଗୀତିକାର ବୃନ୍ଦାବନ ଜେନା ଉତ୍ସବର ଆଭିମୁଖ୍ୟ କହିଥିବା ବେଳେ ସନ୍ତୋଷ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe