ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌ ମୁହଁ ଖୋଲିଲେ ପ୍ରକୃତି, ଯସ୍ମିନ୍‌

ପ୍ରଯୋଜକଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ

ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌ ମୁହଁ ଖୋଲିଲେ ପ୍ରକୃତି, ଯସ୍ମିନ୍‌

ଭୁବନେଶ୍ବର: ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌। ଆଗଧାଡ଼ିର ଦୁଇ ଅଭିନେତ୍ରୀ ଆଜି ଗଣମାଧ୍ୟମରେ ମୁହଁ ଖୋଲିବା ପରେ ସାମାଜିକ ଗଣମାଧ୍ୟମରେ ଦିନତମାମ ଚର୍ଚ୍ଚା ଜାରି ରହିଛି। ଜଣେ ପ୍ରତିଷ୍ଠିତ ପ୍ରଯୋଜକଙ୍କ ନାଁ ନେଇ ସିଧାସଳଖ ତାଙ୍କୁ କାଠଗଡ଼ାକୁ ଟାଣିଛନ୍ତି। କେବଳ ସେ ନୁହନ୍ତି, ତାଙ୍କଭଳି ଆହୁରି ୪-୫ ଜଣ ଥିବା କହିଛନ୍ତି। ବିଭିନ୍ନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭି‌ନୟ କରିବା ପାଇଁ ସୁଯୋଗ ଦେବାର ଲୋଭ ଦେଖାଇ ସେମାନେ ନବାଗତାକୁ ଶୋଷଣ କରିଥା’ନ୍ତି। ଦୁଇ ଅଭିନେତ୍ରୀଙ୍କ ଏହି ବୟାନ ପରେ ଓଲିଉଡ୍‌ରେ ହଇଚଇ ସୃଷ୍ଟି ହୋଇଛି।

ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି, ଏକ ପ୍ରତିଷ୍ଠିତ ବ୍ୟାନର୍‌ର ପ୍ରଯୋଜକଙ୍କ ପୁଅ ଚଳଚ୍ଚିତ୍ରରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତା ଝିଅଙ୍କୁ ଶୋଷଣ କରିଛନ୍ତି। ସେ ସବୁବେଳେ ନୂଆ ନୂଆ ଝିଅଙ୍କୁ ଟାର୍ଗେଟ୍ କରିଥା’ନ୍ତି। କେଳବ ସେ ନୁହଁନ୍ତି, ତାଙ୍କ ସହ କିଛି ଅଭିନେତା ଓ ଇଣ୍ଡଷ୍ଟ୍ରିର ବଡ଼ବଡ଼ିଆ ମଧ୍ୟ ଏହି କୁକର୍ମରେ ସାମିଲ ଥିବା କହିଛନ୍ତି। ପୀଡ଼ିତାମାନେ କିଭଳି ଶୋଷଣର ଶିକାର ହୋଇଛନ୍ତି, ଏନେଇ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି। ହେଲେ ଅନେକେ ଭୟରେ ମୁହଁ ଖୋଲୁନାହାନ୍ତି। ଅଭିନେତ୍ରୀ ଯସ୍ମିନ୍‌ ରଥ ମଧ୍ୟ ସଂପୃକ୍ତ ପ୍ରଯୋଜକଙ୍କ ପୁଅ ବିରୋଧରେ ଗଣମାଧ୍ୟମରେ ବର୍ଷିବା ସହ ତାଙ୍କ କଳାକାରନାମା ସଂପର୍କରେ କହିଛନ୍ତି। ଏପରିକି ସେମାନଙ୍କ ହ୍ବାଟସ୍‌-ଆପ୍‌ ଗ୍ରୁପ୍‌ରେ ମଧ୍ୟ ପ୍ରଯୋଜକଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe