୧୯ରେ ‘ସମ୍ଭାବନା’ର ପ୍ରଣବ ପ୍ରଣାମ

Advertisment

ସ୍ୱରୂପା ଚକ୍ରବର୍ତୀ ପାଇବେ ପ୍ରଣବ ପରମ୍ପରା ସମ୍ମାନ

ସ୍ୱରୂପା ଚକ୍ରବର୍ତୀ ପାଇବେ ପ୍ରଣବ ପରମ୍ପରା ସମ୍ମାନ

୧୯ରେ ‘ସମ୍ଭାବନା’ର ପ୍ରଣବ ପ୍ରଣାମ

ଭୁବନେଶ୍ୱର : ବିଶିଷ୍ଟ ଗାୟକ ପ୍ରଣବ କିଶୋର ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ‘ସମ୍ଭାବନା’ ଅନୁଷ୍ଠାନର ପ୍ରଣବ ପଣାମ କାର୍ଯ୍ୟକ୍ରମ ଆସନ୍ତା ୧୯ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ। ଅନୁଷ୍ଠାନ ପକ୍ଷରୁ ହୋଟେଲ କେଶରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ଚଳିତବର୍ଷ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ସ୍ୱରୂପା ଚକ୍ରବର୍ତୀଙ୍କୁ ପ୍ରଣବ ପରମ୍ପରା ସମ୍ମାନ ପ୍ରଦାନ କରାଯିବ। ନିଜେ ଗାୟକ ପ୍ରଣବ କିଶୋର ପଟ୍ଟନାୟକ ଓ ଅନ୍ୟ ବିଶିଷ୍ଟ ଶିଳ୍ପୀ ପ୍ରଣବ ସଙ୍ଗୀତ ପରିବେଷଣ କରିବେ। ଏଥିସହିତ ଶ୍ରୀ ପଟ୍ଟନାୟକ ଗାଇଥିବା କିଛି ଗୀତ ସହ ତାଙ୍କର ଛାୟାଚିତ୍ର ପ୍ରଦର୍ଶିତ ହେବ। ଉଲ୍ଲେଖଯୋଗ୍ୟ ପୂର୍ବରୁ ଗୀତା ପଟ୍ଟନାୟକ, ଚିତ୍ତ ଜେନା, ଆରତୀ ମିଶ୍ର, ଶ୍ୟାମାମଣି ଦେବୀ, ଶେଖର ଘୋଷ, ଶ୍ରୀକାନ୍ତ ଦାସ, ସୁବାସ ଦାସ, ସତ୍ୟ ରଥ ଓ ସନ୍ତୋଷ ଦାଶ ପ୍ରମୁଖ ଶିଳ୍ପୀଗଣ ପ୍ରଣବ ପରମ୍ପରା ସମ୍ମାନ ପାଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ଶରତଚନ୍ଦ୍ର ଭଦ୍ର, ସମ୍ପାଦକ ଦେବପ୍ରସାଦ ପରିଜା, ଗାୟକ ପ୍ରଣବ କିଶୋର ପଟ୍ଟନାୟକ, ଗାୟିକା ଲିପ୍‌ସା ମିଶ୍ର ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe