ସଂଭାବନା ପକ୍ଷରୁ ‘ପ୍ରଣବ ପ୍ରଣାମ’

Advertisment

ଚିରସବୁଜ ସଂଗୀତରେ ଝୁମିଲେ ଶ୍ରୋତା, ଇନ୍ଦ୍ରାଣୀ ମିଶ୍ରଙ୍କୁ ପ୍ରଣବ ପରମ୍ପରା ସମ୍ମାନ

ଚିରସବୁଜ ସଂଗୀତରେ ଝୁମିଲେ ଶ୍ରୋତା, ଇନ୍ଦ୍ରାଣୀ ମିଶ୍ରଙ୍କୁ ପ୍ରଣବ ପରମ୍ପରା ସମ୍ମାନ

ସଂଭାବନା ପକ୍ଷରୁ ‘ପ୍ରଣବ ପ୍ରଣାମ’

ଭୁବନେଶ୍ୱର: ରେ ଆତ୍ମନ ନିଦ୍ରା ପରିହରି..., ମାଝିରେ ଶେଷ ଶ୍ରାବଣ..., ମା’ ତୁମେ ଜଗତର ସାହା ଭରସା..., ଏମିତି ରାତି ସେ ଯେ ଅଭୁଲା ସ୍ମୃତି..., ଜୀବନ ଏକ ନାଟକ..., ଇନ୍ଦ୍ରଧନୁର ସପ୍ତରଙ୍ଗ... ଆଦି ଓଡ଼ିଆ ଚିରସବୁଜ ସଙ୍ଗୀତ ଭାସି ଆସୁଥିଲା ଜୟଦେବ ଭବନ ପ୍ରେକ୍ଷାଳୟରୁ। ଅବସର ଥିଲା, ସଂଭାବନା ପକ୍ଷରୁ ଆୟୋଜିତ ପ୍ରଣବ ସଂଗୀତ ଓ ସମ୍ବର୍ଦ୍ଧନାର ସ୍ୱତନ୍ତ୍ର ଅର୍ଘ୍ୟ ‘ପ୍ରଣବ ପ୍ରଣାମ’ର। ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଚଳିତ ସଂସ୍କରଣଟି ସମର୍ପିତ ହୋଇଥିଲା। ତାଙ୍କ ନିର୍ଦ୍ଦେଶିତ କିଛି ସଂଗୀତ ଗାଇ ସଂଭାବନାର କଣ୍ଠଶିଳ୍ପୀମାନେ ସ୍ବର୍ଗତ କରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଈପ୍‌ସିତା ମହାନ୍ତିଙ୍କ ସ୍ୱରରେ ‘ସୁନା ସଂସାର’ ଚଳଚ୍ଚିତ୍ରର ସଂଗୀତ ହେ ଦୁଃଖହାରୀ...ରୁ ଆରମ୍ଭ ହୋଇଥିଲା ସଂଗୀତ ସଂଧ୍ୟା।

କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଇନ୍ଦ୍ରାଣୀ ମିଶ୍ରଙ୍କୁ ଚତୁର୍ଦ୍ଦଶ ପ୍ରଣବ ପରମ୍ପରା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଓଡ଼ିଶା ହାଉସିଂବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ରାଜୀବ ଶେଖର ସାହୁ, ୨୦୨୧ର ଶ୍ରେଷ୍ଠ ଓଡ଼ିଆଣୀ ରଶ୍ମି ସାହୁ, ୨୦୨୨ର ଶ୍ରେଷ୍ଠ ଓଡ଼ିଆଣୀ ବେବିରାଣୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ଉପସ୍ଥାପନାରେ ଆରମ୍ଭ ହୋଇଥିବା ଏହି ଉତ୍ସବରେ ସଂପାଦକ ଦେବପ୍ରସାଦ ପରିଜା ଉତ୍ସବର ପୃଷ୍ଠଭୂମି ସଂପର୍କରେ କହିଥିଲେ। ସଭ୍ୟା ରାଜଶ୍ରୀ ଶତପଥୀ, ସତ୍ୟବ୍ରତ ମହାପାତ୍ର, ଗୁରୁ ପ୍ରସାଦ ଦାସ, ପ୍ରଫୁଲ୍ଲ ଦେ, ଶ୍ରଦ୍ଧା ସୁମନ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe