ଭୁବନେଶ୍ୱର : ଆଜି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭା ଗୃହରେ ଇଂ ଗଣେଶ ଚନ୍ଦ୍ର ପଣ୍ଡାଙ୍କ ରଚିତ ମହାବୀର ପ୍ରକାଶନର ‘ପ୍ରପନ୍ନର ପାରିଜାତ ଶ୍ରୀ ଜଗନ୍ନାଥ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାମନାରାୟଣ ଦାସଜୀ ମହାରାଜ, ମୁଖ୍ୟବକ୍ତା ରବୀନ୍ଦ୍ର ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଡ.ଅରବିନ୍ଦ ବେହେରା, ଗଣେଶ ଚନ୍ଦ୍ର ପଣ୍ଡା, ପୀତବାସ ରାଉତରାୟ, ଡ. ସୁପ୍ରଭା ମିଶ୍ର ତୁଷାରକାନ୍ତି ପଣ୍ଡା ଓ ପୂର୍ବତନ ରାଜ୍ୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷା ବାସନ୍ତି ସାହୁ ପ୍ରମୁଖ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ଦାମୋଦର ସେନାପତି, ସିଦ୍ଧାର୍ଥ ମିଶ୍ର ଓ ଅମିତାପ୍ରଭା ସ୍ୱାଇଁଙ୍କ ଦ୍ୱାରା ଜଗନ୍ନାଥ ଭଜନ ପରିବେଷଣ ହୋଇଥିଲା। ପ୍ରକାଶକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିବା ବେଳେ ଶେଷରେ ତାରେଶ୍ୱର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
‘ପ୍ରପନ୍ନର ପାରିଜାତ ଶ୍ରୀ ଜଗନ୍ନାଥ’ ପୁସ୍ତକ ଲୋକାର୍ପିତ
Advertisment
Follow Us