ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୭୯ତମ ଜନ୍ମଦିବସ। ଏହି ଉପଲକ୍ଷେ ରବୀନ୍ଦ୍ର ମଣ୍ଡପରେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ସ୍ୱତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତା ୪ ତାରିଖ ରବିବାର ଦିନ ସକାଳ ୯ଟା ୩୦ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଡିଟୋରିୟମ୍ରେ ପ୍ରଫୁଲ୍ଲ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସିନିୟର୍, ଜୁନିୟର୍ ଓ ସବ୍ ଜୁନିୟର୍ ତିନିଟି ବିଭାଗରେ ପ୍ରତିଯୋଗିତା ହେବ। ପ୍ରତିଯୋଗୀମାନେ କେବଳ ପ୍ରଫୁଲ୍ଲ କର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା କିମ୍ବା ଲେଖିଥିବା କିମ୍ବା କଣ୍ଠଦାନ କରିଥିବା ଗୀତ ହିଁ ଗାଇପାରିପାରିବେ। କୃତୀ ପ୍ରତିଯୋଗୀଙ୍କୁ ୧୬ ତାରିଖରେ ପୁରସ୍କୃତ କରାଯିବ। ପ୍ରତିଯୋଗିତା ସମ୍ପର୍କରେ ଅଧିକ ସୂଚନା ପାଇଁ ସଂଯୋଜକ ଜେନାମଣି ସଞ୍ଜୀବ କୁମାରଙ୍କୁ ୯୪୩୭୩୫୫୬୪୬ ନମ୍ବରରେ ଯୋଗାଯୋଗ କରିବାକୁ ଫାଉଣ୍ଡେସନ୍ର ଅଧ୍ୟକ୍ଷ ଦାଶ ବେନହୁର ଜଣାଇଛନ୍ତି।
ପ୍ରଫୁଲ୍ଲ ସଙ୍ଗୀତ ପ୍ରତିଯୋଗିତା ୪ରେ
Advertisment
Follow Us