କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ମାସିକ ଆଲୋଚନାଚକ୍ର, ଶ୍ରୀମନ୍ଦିରରେ ରଘୁନାଥ ବେଶର ପୁନଃପ୍ରଚଳନ ହେଉ

Advertisment
କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ମାସିକ ଆଲୋଚନାଚକ୍ର, ଶ୍ରୀମନ୍ଦିରରେ ରଘୁନାଥ ବେଶର ପୁନଃପ୍ରଚଳନ ହେଉ

ଭୁବନେଶ୍ବର: ଶ୍ରୀମନ୍ଦିରରେ ରଘୁନାଥ ବେଶ ୧୯୦୫ ମସିହାରୁ ବନ୍ଦ ହୋଇଯାଇଥିବାରୁ ଏହାକୁ ପୁନଃ ପ୍ରଚଳନ କରିବା ପାଇଁ ଡାକ୍ତର କବି ପ୍ରସାଦ ମିଶ୍ର ଗଜପତି ମହାରାଜାଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ମାସିକ ଆଲୋଚନାଚକ୍ରରେ ଏ ସଂପର୍କରେ ବାବାଜୀ ଚରଣ ବିଶ୍ବାଳ ଆଲୋକପାତ କରିବା ସହ ସ୍ବର୍ଗତ ମିଶ୍ରଙ୍କ ଏହି ପ୍ରସ୍ତାବ କିପରି କାର୍ଯ୍ୟକାରୀ ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସଂପର୍କରେ ସରକାରଙ୍କୁ ଅବଗତ କରିବା ପାଇଁ ସ୍ଥିର କରାଯାଇଥିଲା। ପ୍ରଭାତ କୁମାର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଶୁରାମ ଦ୍ବିବେଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଚେନ୍ନାଇରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି କବିବାବୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ବୀଜବପନ କରିଛନ୍ତି। ସେ ଓଡ଼ିଆ ଜାତିର ଚିରନମସ୍ୟ।

ଆଲୋଚକ ଭାବେ ସୀତାବଲ୍ଲଭ ମହାପାତ୍ର, ଡ. ସୁଶୀଲ କୁମାର ମହାନ୍ତି, ବିଜୟ କୁମାର ମହାନ୍ତି, ବିମଳା ସିଂହ, ପ୍ରଦୀପ୍ତ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ଡାକ୍ତର ମିଶ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରି ତାଙ୍କୁ ଜଣେ ମହତ୍‌ ପୁରୁଷ ଭାବେ ପ୍ରତିପାଦିତ କରିଥିଲେ। ପ୍ରାରମ୍ଭରେ ସଂପାଦକ ରମାକାନ୍ତ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବ୍ୟକ୍ତିଗତ ଅନୁଭୂତି ସଂପର୍କରେ ମତ ଉପସ୍ଥାପନ କରିଥିଲେ। ଦାମୋଦର ସେନାପତି ଜଗନ୍ନାଥ ଭଜନ ପରିବେଷଣ କିରଥିଲେ। ରାମନାରାୟଣ ମିଶ୍ର ଧନ୍ୟବାଦ ଦେଇଥି‌ଲେ। କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe