ଜେଲ୍‌ ଗଲେ ପ୍ରଶାନ୍ତ, ସଂପଦ

୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା ପୁଲିସ‌, ୮୦ ହଜାର ଟଙ୍କାରେ ଗୁଂଜନ ବିକିଥିଲା ବନ୍ଧୁକ

ଜେଲ୍‌ ଗଲେ ପ୍ରଶାନ୍ତ, ସଂପଦ

ଭୁବନେଶ୍ବର: ୨ ସୁପାରି କିଲର୍‌ ସଂପଦ କୁମାର ସାହୁ ଓ ପ୍ରଶାନ୍ତ ଦାସକୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଜେଲ୍‌ ପଠାଇ ଦେଇଛି। ଗୁରୁବାର ବିଳମ୍ବିତ ରାତିରେ କଟକ ଟାଙ୍ଗୀରୁ ପ୍ରଶାନ୍ତକୁ ଧରାଯାଇଥିବା ବେଳେ ଗତକାଲି ସଂପଦର ୨ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା। ତେଣୁ ଆଜି ଦୁହିଁଙ୍କୁ ପୁଲିସ କୋର୍ଟରେ ହାଜର କରାଇବା ପରେ ଜେଲ୍ ପଠାଇ ଦେଇଛି।

ଜେରା ବେଳେ ପ୍ରଶାନ୍ତ ପୁଲିସକୁ କହିଛି, ବିଲ୍ଡର୍‌ ଜୟନ୍ତ ପାତ୍ରଙ୍କ ସହ ତା’ର ବ୍ୟାବସାୟିକ ଶତ୍ରୁତା ଥିଲା। ତେଣୁ ସଂପଦକୁ ସାଥିରେ ଆଣି ଜୟନ୍ତଙ୍କୁ ହତ୍ୟା କରିବାକୁ ଆସିଥିଲା। ଅପରପକ୍ଷେ ସଂପଦ କିନ୍ତୁ ପୁଲିସକୁ ସୁପାରି ବାବଦରେ ଭିନ୍ନ ତଥ୍ୟ ଦେଇଛି। ଉଭୟଙ୍କ କଥାରେ ତାଳମେଳ ରହୁନଥିବାରୁ ପୁଲିସ୍‌ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ। ତେଣୁ ଉଭୟଙ୍କୁ ପୁଣିଥରେ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିବା ଜଣାପଡ଼ିଛି। ୭ଦିନ ରିମାଣ୍ଡରେ ଆଣିବାକୁ ନୂଆପଲ୍ଲୀ ପୁଲିସ କୋର୍ଟକୁ ଆବେଦନ କରିଛି।

ସଂପଦ ପାଖରୁ ପୁଲିସ ୯ଏମ୍ଏମ୍ ଓ ୭.୬ଏମ୍ଏମ୍‌ର ୨ଟି ବନ୍ଧୁକ ଓ ୮ଟି ଅଫୁଟା ଗୁଳି ଜବତ କରିଥିଲା। ପ୍ରଶାନ୍ତ କୋଇଲା ଚୋରା କାରବାରରେ ଲିପ୍ତ ରହୁଥିବାରୁ ଏସ୍‌କର୍ଟ ପାଇଁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଯୋଗାଡ଼ କରିଥିଲା। ବନ୍ଧୁକ ପାଇଁ ସେ ବିହାର ମୁଙ୍ଗେର୍‌ର ବିଶ୍ବଜିତ କୁମାର ଓରଫ ଗୁଂଜନକୁ ୮୦ ହଜାର ଟଙ୍କା ଦେଇ ବନ୍ଧୁକ ଓ ୧୫ଟି ଗୁଳି କିଣିଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe