ଭୁବନେଶ୍ବର : ଯେତେ ଖୋଳିଲେ ସେତେ ବାହାରୁଛି। ୫ ଦିନ ବିତି ଯାଇଥିଲେ ବି ଶେଷ ହୋଇପାରୁନି କଳାଟଙ୍କାର ହିସାବ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ନିଲମ୍ବିତ କୁବେର ଡେପୁଟି ମ୍ୟାନେଜର୍ ପ୍ରତାପ କୁମାର ସାମଲଙ୍କର ଗୋଟିଏ ପରେ ଗୋଟିଏ କଳାଧନର କଳାଚିଠା ଭିଜିଲାନ୍ସ ହାତରେ ଲାଗୁଛି। ଦୁଇଟି ଓଡ଼ିଆ ଫିଲ୍ମରେ ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିବା ପରେ ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁଞ୍ଜି ବଜାରରେ (ସେୟାର ମାର୍କେଟ୍)ରେ ପ୍ରତାପ ୧ କୋଟି ୭ ଲକ୍ଷ ୩୭ ହଜାର ୮୩୧ ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି। ଏହା ପୁରୁଣା ହୋଇଥିବା ବେଳେ ବିନିଯୋଗ ସମୟର ହିସାବ ଦିଆଯାଇଥିବା ଜଣାପଡ଼ିଛି। ପ୍ରତାପଙ୍କର ଆହୁରି କେତେ ପୋତାଧନ ଅଛି, ସେନେଇ ଭିଜିଲାନ୍ସ ଖୋଳତାଡ଼ ଚଳାଇଛି। ସୂଚନାଯୋଗ୍ୟ, ପ୍ରତାପଙ୍କ ଘରେ ଚଢ଼ଉ ସମୟରେ ପ୍ରାୟ ୧୫କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/11/pratap-v-1.jpg)