ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ ‘ପ୍ରତୀକ୍ଷା’

Advertisment
ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ ‘ପ୍ରତୀକ୍ଷା’

ଭୁବନେଶ୍ୱର, ୨୫/୧୦ (ଇମିସ): ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ(ଆଇଏଫ୍ଏଫ୍ଆଇ) ଭାରତୀୟ ପା‌ନୋରାମା ବିଭାଗରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଆଇଏଫ୍ଏଫ୍ଆଇ ପକ୍ଷରୁ ‘ଜୟ ଭୀମ’, ‘ଆର୍‌ଆର୍‌ଆର୍‌’, ‘କାଶ୍ମୀର ଫାଇଲ୍’ ସହ ‘ପ୍ରତୀକ୍ଷା’ ପ୍ରଦର୍ଶିତ ହେବ ବୋଲି ଘୋଷଣା କରାଯାଇଛି। ଫିଚର୍‌ ଫିଲ୍ମ ବିଭାଗରେ ୨୫ଟି ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ର ଉତ୍ସବ ଗୋଆରେ ନଭେମ୍ୱର ୨୦ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।
ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ୍ତ ପରିବାରର ସ୍ୱପ୍ନ, ନିରାଶ ଓ ଆକାଂକ୍ଷା ଆଧାରିତ ଏହି ସିନେମାକୁ ପ୍ରଯୋଜନା ସଂସ୍ଥା ‘ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍‌’ ପକ୍ଷରୁ ନିର୍ମାଣ କରାଯାଇଛି। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପରୁ ଏହି ସିନେମାର କାହାଣୀ ଅନୁପ୍ରାଣିତ ହୋଇଛି। ସିନେମାର ସଂଳାପ ଓ ଚିତ୍ରନାଟ୍ୟ ରୋଶନ୍‌ ବିଶୋଇ ଲେଖିଥିବା ବେଳେ ଅନୁପମ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଗୀତ ରଚନା କରିଛନ୍ତି ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଞ୍ଜନ ସାହୁ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଦୀପନ୍ୱିତ ଦାସ ମହାପାତ୍ର, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ରୋଶନ୍‌ ବିଶୋଇ, ଦୀପକ ଉପାଧ୍ୟାୟ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର ଓ ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe