ନୃତ୍ୟରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଅର୍ଘ୍ୟ: ନୃତ୍ୟରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଅର୍ଘ୍ୟ

ନୃତ୍ୟରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଅର୍ଘ୍ୟ: ନୃତ୍ୟରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଅର୍ଘ୍ୟ

????????????????????????????????????

ଭୁବନେଶ୍ୱର: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ମାନ ଉଦ୍ଧାରଣ କର ହେ କାରଣ ଶରଣ ମୁଁ ତୁମ୍ଭ ପାଦ ତଳେ’ ତାଳେ ତାଳେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଅର୍ଘ୍ୟ ଢାଳୁଥିଲେ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡା। ଏହା ପରେ ‘କୃଷ୍ଣ ଲୀଳା’ ଓ ଜୟଦେବଙ୍କ ଗୀତ ଗୋବିନ୍ଦ ଆଧାରିତ ଅଷ୍ଟପଦୀ ‘ୟାହି ମାଧବ ୟାହି କେଶବ...’ ଆଦି ଶାସ୍ତ୍ରୀୟ ନୃତ୍ୟ ପରିବେଷିତ ହୋଇଥିଲା। ଅବସର ଥିଲା ‘ଚିନ୍ତା ଓ ଚେତନା’ ପକ୍ଷରୁ ଆୟୋଜିତ ଋତୁରାଣୀ ବର୍ଷାର ଅନନ୍ୟ ମହ୍ଲାର ‘୪୦ତମ ବର୍ଷା ଉତ୍ସବ’ର। କାର୍ଯ୍ୟକ୍ରମରେ ସନ୍ଥ ରାମ ନାରାୟଣ ଦାସ ମହାରାଜ, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ନୃତ୍ୟଶିଳ୍ପୀ ବୀଣା ଶେଷାଦ୍ରି, ସୀତାର୍‌ ଶିଳ୍ପୀ ସୁବ୍ରତ ଦେ, ସମାଜସେବୀ ବିଭୂତି ଭୂଷଣ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଓ ଅଶୋକ ପାଣ୍ଡେ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe