News Nation English
ପୁରୁଣା ଭୁବନେଶ୍ୱର: ଜଗତର ମଙ୍ଗଳ ପାଇଁ ତଥା ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ମା’ଙ୍କୁ ପୂଜାର୍ଚ୍ଚନା କରାଯିବ। ଭୀମଟାଙ୍ଗି ଦୁର୍ଗାପୂଜା ସମିତି ପକ୍ଷରୁ ଚଳିତବର୍ଷ ମଧ୍ୟ ଜଗତଜନନୀ ମା’ ଦୁର୍ଗାଙ୍କ ସାର୍ବଜନୀନ ପୂଜା କରାଯିବ। ଦୁର୍ଗାପୂଜା ସମିତି ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୀର୍ଘ ବର୍ଷ ଧରି ଏଠାରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇ ଆସୁଥିଲେ ହେଁ ୧୯୯୯ମସିହା ମହାବାତ୍ୟା ପରଠାରୁ ଲୋକଙ୍କୁ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ପୂଜା କରାଯାଉଛି। ଏଠାରେ ମହାଷ୍ଟମୀରେ ମା’ ଦୁର୍ଗାଙ୍କ ବିଶେଷ ଆକର୍ଷଣୀୟ ପୂଜା ହୁଏ। ନୀତି ନିଷ୍ଠାରେ ଚଣ୍ଡୀପାଠ କରାଯାଇ ଲୋକଙ୍କ ମଙ୍ଗଳ କାମନା କରାଯାଏ। ଷଷ୍ଠୀରେ ବିନ୍ଦୁସାଗର ତୀର୍ଥ ଜଳରେ କଳସ ସ୍ଥାପନା କରାଯାଏ। ସପ୍ତମୀରେ ଷୋଡ଼ଶ ଉପଚାରରେ ପୂଜା ଆରମ୍ଭ ହୋଇ ଚଣ୍ଡୀପାଠ ଓ ଅଗ୍ନି ସଂସ୍କାର କରାଯାଏ। ଅଷ୍ଠମୀରେ ସନ୍ଧିପୂଜା ହେବା ସହ ପାଣି କଖାରୁ ବଳି ପକାଯିବ।
ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ
ପୂଜା ସମୟରେ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ତିନି ଦିନ ନାଚ, ଗୀତ ଭଳି କାର୍ଯ୍ୟକ୍ରମ କରିବାକୁ ସମିତି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଚଳିତବର୍ଷ ଭସାଣ ଉତ୍ସବ ଅବସରରେ ଡିଜେ ସାଉଣ୍ଡ ସହ ସମ୍ବଲପୁରୀ ବାଜାର ତାଳେତାଳେ ଶୋଭାଯାତ୍ରା ହେବ। କିଛି ବର୍ଷ ହେଲା ବାତ୍ୟା ପୂଜା ସମୟରେ ଆସୁଥିବାରୁ ପୂଜକ ଓ କର୍ତ୍ତା ନିଷ୍ଠାର ସହ ରହି ଚଣ୍ଡୀପାଠ କରାଯାଇଥାଏ।
-ସନତ ମିଶ୍ର, ସଭାପତି
ପୂଜା ବିଧିକୁ ଗୁରୁତ୍ବ ଦିଆଯିବ
କରୋନା ଯୋଗୁଁ ଗତ ୨ବର୍ଷ ହେଲା ଭକ୍ତ ମା’ଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। କେବଳ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା। ମାତ୍ର ଚଳିତବର୍ଷ ଆକର୍ଷଣୀୟ ସାଜସଜ୍ଜା, ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।
-ଶିବ ନାରାୟଣ ରାୟ, ଉପସଭାପତି
Follow Us