ସାଇବର ଠକଙ୍କୁ ପ୍ରି-ଆକ୍ଟିଭେଟ୍‌ ସିମ୍‌ ବିକ୍ରି: ତଦନ୍ତ ପାଇଁ ଓଡ଼ିଶା ଆସିବ ଦିଲ୍ଲୀ ପୁଲିସ

ସାଇବର ଠକଙ୍କୁ ପ୍ରି-ଆକ୍ଟିଭେଟ୍‌ ସିମ୍‌ ବିକ୍ରି: ତଦନ୍ତ ପାଇଁ ଓଡ଼ିଶା ଆସିବ ଦିଲ୍ଲୀ ପୁଲିସ

Innov8tiv

ଭୁବନେଶ୍ବର: ଲୋକଙ୍କୁ ଠକିବା ପାଇଁ ରାଜସ୍ଥାନ ଓ ଝାଡ଼ଖଣ୍ଡର ସାଇବର୍‌ ଠକମାନେ ବ୍ୟବହାର କରୁଥିବା ମୋବାଇଲ୍‌ ସିମ୍‌ଗୁଡ଼ିକ ପ୍ରି-ଆକ୍ଟିଭେଟେଡ୍‌ ବା ପୂର୍ବରୁ ସକ୍ରିୟ ଥାଏ। ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଏଭଳି ପୁଳାପୁଳା ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ସେମାନଙ୍କ ପାଖକୁ ଯାଉଛି। ଏହି ଖବର ପାଇବା ପରେ ନର୍ଥ-ଦିଲ୍ଲୀ ପୁଲିସ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ତଦନ୍ତ ଲାଗି ଆସିବ। ସେଠାକାର ଡିସିପି ସାଗରସିଂହ କାଲ୍‌ସି ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, କିଛି ଦିନ ତଳେ ଦିଲ୍ଲୀ ପୁଲିସ ଝାଡ଼ଖଣ୍ଡ ଓ ରାଜସ୍ଥାନରୁ ୪ଜଣ ସାଇବର ଠକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ କେଵାଇସି ଅପଡେଟ୍ କରିବା ନାଁରେ ଉତ୍ତର ଦିଲ୍ଲୀର ୧୦ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୁଲିସ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଅଚଳ କରି ଲକ୍ଷେ ଟଙ୍କା, କାର୍, ୭ଟି ମୋବାଇଲ୍, ୬ ସିମ୍ କାର୍ଡ, ୧୧ଟି ଏଟିଏମ୍ କାର୍ଡ ଓ ୩ଟି ଚେକ୍ ବୁକ୍ ଜବତ କରିଥିଲା। ତେବେ ଠକଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବାରୁ ଜଣାପଡ଼ିଥିଲା ଯେ ଏକାଧିକ ରାଜ୍ୟରେ ଏହି ଠକମାନେ କେଵାଇସି କରାଇବା ନାଁରେ କୋଟି କୋଟି ଟଙ୍କା ଲୁଟିଛନ୍ତି। ଠକିବା ପାଇଁ ପ୍ରତି ଲୋକଙ୍କ ପିଛା ଏମାନେ ଗୋଟିଏ ସିମ୍ ବ୍ୟବହାର କରୁଥିଲେ। ତେଣୁ ଏତେ ମାତ୍ରାରେ ସିମ୍ କିଣିବା ପାଇଁ ଟେଲିଗ୍ରାମ୍‌ରେ ତିଆରି ହୋଇଥିବା ଗ୍ରୁପ୍‌ ଜରିଆରେ ସେମାନେ ମୂଲଚାଲ କରୁଥିଲେ। ଅଭିଯୁକ୍ତମାନେ ଏଥିପାଇଁ ଓଡ଼ିଶାରୁ ବିପୁଳ ମାତ୍ରାରେ ପ୍ରି-ଆକ୍ଟିଭେଟେଡ୍ ସିମ୍ କିଣୁଥିଲେ ବୋଲି ଜେରା ବେଳେ ପୁଲିସକୁ କହିଥିଲେ। ୪ ଅଭିଯୁକ୍ତଙ୍କ ସୂଚନା ଆଧାରରେ ଓଡ଼ିଶାରେ ସିମ୍‌ ବିକ୍ରି କରୁଥିବା ଠକମାନଙ୍କୁ ଗିରଫ କରିବାକୁ ଉତ୍ତର ଦିଲ୍ଲୀ ପୁଲିସ ଖୁବ୍‌ଶୀଘ୍ର ରାଜ୍ୟକୁ ଆସିବ ବୋଲି ଆଜି କହିଛି।

ଗତବର୍ଷ ଜୁନ୍‌ରେ କମିସନରେଟ୍ ପୁଲିସର ୭ଜଣିଆ ସାଇବର ଠକ ଗ୍ୟାଙ୍ଗ୍ ପାଖରୁ ପ୍ରାୟ ୧୫୦ ମୋବାଇଲ୍ ଓ ୧୬ ହଜାରରୁ ଅଧିକ ପ୍ରି ଆକ୍ଟିଭେଟେଡ୍ ସିମ୍ ଜବତ କରିଥିଲା। ତେଣୁ ଝାଡ଼ଖଣ୍ଡ ଓ ରାଜସ୍ଥାନ ସାଇବର ଠକଙ୍କ ନେଟଵର୍କ ଓଡ଼ିଶାରେ ଚାଲୁଥିବାରୁ ଏବେ ବି ରାଜ୍ୟରୁ ବାହାରକୁ ପ୍ରି-ଆକ୍ଟିଭେଟେଡ୍ ସିମ୍ ଯାଉଥିବା ଏକପ୍ରକାରର ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe