ଗର୍ଭବତୀ ପତ୍ନୀଙ୍କୁ ପୋଡ଼ି ମାରିଦେଲା, ଯୌତୁକ ପାଇଁ ଜହ୍ଲାଦ ପାଲଟିଥିବା ସ୍ବାମୀ ଗିରଫ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଭୁବନେଶ୍ବର: ‌ଯୌତୁକ ଲୋଭରେ ସ୍ବାମୀ ପାଲଟିଗଲା ଜହ୍ଲାଦ। ନୃଶଂସ ସ୍ବାମୀ ୩ ମାସର ଗର୍ଭବତୀ ସ୍ତ୍ରୀ ଦେହରେ କିରାସିନି ଢାଳି ପୋଡ଼ିଦେଲା। ଫଳରେ ୫ ମାସର ନବବଧୂ ସହ ଭ୍ରୁଣ ଅବସ୍ଥାରେ ଥିବା ଗର୍ଭସ୍ଥ ଶିଶୁ ବି ବଡ଼ ଦୟନୀୟ ଅବସ୍ଥାରେ ମୃତ୍ୟୁବରଣ କଲେ। ସାଲିଆସାହିରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ସ୍ବାମୀ ସନ୍ତୋଷ ପାତ୍ରକୁ ଗିରଫ କରିଛି। ମାତ୍ର ୫ ମାସର ନବବଧୂକୁ ଯୌତୁକ ପାଇଁ ପୋଡ଼ି ମାରିଦେବା ଭଳି ଘଟଣାରେ ଆଜି ସାଲିଆସାହି ତାରିଣୀନଗର ବସ୍ତିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ଖବର ଅନୁଯାୟୀ ଚଳିତ ବର୍ଷ ଜାଗର ପର୍ବ ଅବସରରେ ଅର୍ଥାତ୍ ଫେବ୍ରୁଆରି ୨୮ରେ ନୟାଗଡ଼ର ଅନ୍ତର୍ଯ୍ୟାମୀ ବେ‌ହେରାଙ୍କ ଝିଅ ସୋନାଲି ତାରିଣୀନଗର ବସ୍ତିରେ ରହୁଥିବା ସନ୍ତୋଷ ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସନ୍ତୋଷ ଓ ତାଙ୍କ ପରିବାରର ଦାବି ଅନୁଯାୟୀ ଅନ୍ତର୍ଯ୍ୟାମୀ ଯୌତୁକ ଆକାରରେ ଗହଣା ଓ ଲକ୍ଷାଧିକ ଟଙ୍କା ଦେଇଥିଲେ। ମାତ୍ର ଅଳ୍ପ କିଛି ଟଙ୍କା ବାକି ଥିଲା। ଏହି ଟଙ୍କା ମିଳିବାରେ ବିଳମ୍ବ ହେବାରୁ ସୋନାଲିଙ୍କୁ ସ୍ବାମୀ ସନ୍ତୋଷ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ।

ଏମିତିକି ସୋନାଲି ୩ ମାସ ଗର୍ଭବତୀ ହୋଇଥିବା ସତ୍ତ୍ବେ ସନ୍ତୋଷ ତାଙ୍କୁ ମାରଧର କରୁଥିଲେ। ଗତକାଲି ସକାଳେ ସନ୍ତୋଷ ପୁଣି ଯୌତୁକ ଟଙ୍କା କଥା ଉଠାଇ ସୋନାଲି ଓ ତାଙ୍କ ବାପାଙ୍କୁ କଟୁ ଭାଷାରେ ଗାଳି କରିବା ସହ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲା। ଆତ୍ମହତ୍ୟାର ରୂପ ଦେବାକୁ ସନ୍ତୋଷ ୧୦୮ ଆମ୍ବୁଲାନ୍ସକୁ ଡକାଇ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସୋନାଲିଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଖବର ପାଇ ସୋନାଲିଙ୍କ ବାପା ଅନ୍ତର୍ଯ୍ୟାମୀ ହସ୍ପିଟାଲରେ ପହଞ୍ଚିବା ପରେ ସୋନାଲି ଆତ୍ମହତ୍ୟା ଉଦ୍ୟମ କରିଛି ବୋଲି ସନ୍ତୋଷ ଓ ତା’ ପରିବାର ଲୋକେ ମିଛ କହିଥିଲେ। କିନ୍ତୁ ପୂର୍ବରୁ ସୋନାଲିଠାରୁ ପାଇଥିବା ସୂଚନା ଆଧାରରେ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଅଭିଯୁକ୍ତ ସନ୍ତୋଷ ନାଁରେ ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ୨ଟି ଚୋରି ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe