ଜଟଣୀ : ଦୀପ ନେଇଗଲା ଗର୍ଭବତୀର ଜୀବନ

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା, ଜଣେ ଅଟକ

Image Source: India Today

ଖଣ୍ଡଗିରି : ଅଗଣା ଚଉରାମୂଳରେ ସଂଜ ଦୀପ ରଖି ପରିବାରର ମଙ୍ଗଳ ମନାସୁଥିଲେ ସୁମିତ୍ରା। ମାତ୍ର ମୁଣ୍ଡିଆ ମାରୁ ମାରୁ ସେହି ଦୀପ ନିଆଁ ତାଙ୍କୁ ଗ୍ରାସ କରିଦେଲା। ଫଳରେ କେବଳ ସୁମିତ୍ରା ନୁହନ୍ତି, ତାଙ୍କ ଗର୍ଭସ୍ଥ ୮ ମାସର ଶିଶୁକନ୍ୟା ମଧ୍ୟ ବାହାର ଦୁନିଆ ଦେଖିବା ଆଗରୁ ଆଖି ବୁଜି‌ ଦେଲା ମା’ ପେଟରେ। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଜଟଣୀ ଥାନା ଅରିଶଲ-ଦୁର୍ଗାପୁର ଓ ଦେଉଳିଆପାଟଣା ଗାଁରେ ଶୋକର ଛାୟା ଖେଳି ଯାଇଛି।

ଗତ ୨୮ ତାରିଖର ଘଟଣା। ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଦୁର୍ଗାପୁର ଗାଁର ପ୍ରବୀର କୁମାର ବେହେରାଙ୍କ ସ୍ତ୍ରୀ ସୁମିତ୍ରା ସଂଜ ଦୀପ ଧରି ଅଗଣା ଚଉରାମୂଳରେ ମୁଣ୍ତିଆ ମାରୁଥିଲେ। ଅସାବଧାନତାବଶତଃ ଦୀପ ନିଆଁ ତାଙ୍କ ପଣତରେ ଲାଗି ଯାଇଥିଲା। କିନ୍ତୁ ଶାଢ଼ିରେ ନିଆଁ ଲାଗିଛି ବୋଲି ସେ ଜାଣିବା ବେଳକୁ ଆଉ ପରିସ୍ଥିତି ତାଙ୍କ ଆୟତ୍ତରେ ନ ଥିଲା। ୮ ମାସର ଗର୍ଭବତୀ ଥିବାରୁ ସେ ନିଜେ ନିଆଁକୁ ଆୟତ୍ତ କରି ପାରି ନଥିଲେ। ତେବେ ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ପାଖକୁ ଧାଇଁ ଆସିବା ବେଳକୁ ତାଙ୍କ ଶରୀରର ପ୍ରାୟ ୫୦ପ୍ରତିଶତ ପୋଡ଼ି ଯାଇଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୩୧ ତାରିଖ ଦିନ ପେଟରେ ଶିଶୁ କନ୍ୟାଟି ଆଖି ବୁଜି ଦେଇଥିଲା ଓ ଅପରେସନ୍ କରି ମୃତ ଛୁଆକୁ ବାହାର କରାଯାଇଥିଲା। ତଥାପି ଏତେ ଦିନ ଧରି ସୁମିତ୍ରା ମୃତ୍ୟୁ ସହ ସଂଗ୍ରାମ କରି ବଞ୍ଚି ରହିଥିଲେ। ମାତ୍ର ଆଜି ସକାଳେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ପ୍ରବୀରଙ୍କ ପରିବାରଲୋକେ ସୁମିତ୍ରାଙ୍କୁ ନିଜ ଝିଅ ଭଳି ଦେଖୁଥିଲେ। ଦେଉଳିଆପାଟଣାରେ ମାମୁ ଘରେ ବଢ଼ିଥିବା ସୁମିତ୍ରା ଓ ପ୍ରବୀର ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାମୁ ଦାମୋଦର ସେଠଙ୍କ ଲିଖିତ ଅଭିଯୋଗ ପରେ ଯାଁଳା ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe