ବାଇକ୍‌ ଧକ୍କାରେ ଗର୍ଭବତୀ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Amarujala

ବାଲିପାଟଣା : ଶନିବାର ଅପରାହ୍ନ ପ୍ରାୟ ୫ଟା ବେଳେ ଅଠାନ୍ତର ମେଡିକାଲ ଛକ ନିକଟରେ ବାଇକ୍‌ ଧକ୍କାରେ ଜଣେ ଗର୍ଭବତୀ ଗୁରୁତର ହୋଇଛନ୍ତି। ସେ ହେଲେ ରାଜଶ୍ରୀ ସାମନ୍ତସିଂହାର। ସେହିଭଳି ବାଇକ୍‌ ଚାଳକ ସୌମ୍ୟ ରଂଜନ ସେଠୀ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ ଅଠାନ୍ତର ମେଡିକାଲ ଛକରେ ରାଜଶ୍ରୀ ଓ ତାଙ୍କ ଭଉଣୀ ଠିଆ ହୋଇଥିଲେ। ଏହି ସମୟରେ ଅସ୍ତରଙ୍ଗ ଅଠତିରା ଗ୍ରାମର ସୌମ୍ୟରଂଜନ ସେଠୀ ତାଙ୍କ ବାଇକ୍‌ (ଓଡି ୧୩ କ୍ୟୁ ୪୧୨୫) ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। କୌଣସି କାରଣରୁ ସୌମ୍ୟ ଭାରସାମ୍ୟ ହରାଇ ରାଜଶ୍ରୀଙ୍କୁ ଧକ୍କା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe