ପ୍ରେମ୍ ଆନନ୍ଦଙ୍କ ନିଆରା ପ୍ରୟାସ: ମୁକ୍ତାକାଶରେ ଗୀତ ଗାଇଲେ ଓଡ଼ିଶାର ପ୍ରମୁଖ କଣ୍ଠଶିଳ୍ପୀ

Advertisment

୧୫ରୁ ଊର୍ଧ୍ବ କଣ୍ଠଶିଳ୍ପୀଙ୍କୁ ନେଇ ପ୍ରସ୍ତୁତ ହେଲା ଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ...’

୧୫ରୁ ଊର୍ଧ୍ବ କଣ୍ଠଶିଳ୍ପୀଙ୍କୁ ନେଇ ପ୍ରସ୍ତୁତ ହେଲା ଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ...’

ପ୍ରେମ୍ ଆନନ୍ଦଙ୍କ ନିଆରା ପ୍ରୟାସ: ମୁକ୍ତାକାଶରେ ଗୀତ ଗାଇଲେ ଓଡ଼ିଶାର ପ୍ରମୁଖ କଣ୍ଠଶିଳ୍ପୀ

ଭୁବନେଶ୍ବର: ‘ଶୁଭ ଶଙ୍ଖରେ ହୁଏ ସକାଳ, ସଞ୍ଜବତୀରେ ସନ୍ଧ୍ୟା, ଗାଈ ଜଗାଳି ହୁଏ କହ୍ନେଇ, ଧାନସାଉଁଟା ଝିଅ ରାଧା, ଅଖି ମୁଠିରେ କ୍ଷେତ ଆରମ୍ଭ, ଲଗ୍ନଧରାରେ ବାହା, ବାଆ ବତାସ ଆସିଲେ ହୁଏ ଶ୍ରୀଜଗନ୍ନାଥ ସାହା..., ଅରୁଆ ଚାଉଳ ଦୁବ, ଅତିଥି ଦେବୋ ଭବ, ମନଟା ଆମ ମହାପ୍ରସାଦ ପ୍ରେମ ନିର୍ମାଲ୍ୟ ପୁଡ଼ିଆ.. ଏ ମାଟି ଓଡ଼ିଶା... ଏ ଜାତି ଓଡ଼ିଆ..’। ଓଡ଼ିଶାର ପରିଚୟକୁ ପ୍ରତିପାଦିତ କରୁଥିବା ଏଭଳି ଏକ ଗୀତକୁ ଗାଇବେ ଓଡ଼ିଶାର ୧୫ରୁ ଊର୍ଧ୍ବ ଆଗଧାଡ଼ିର ଯୁବ କଣ୍ଠଶିଳ୍ପୀ। ଆସନ୍ତା ବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ଅବସରରେ ସା‌ଢ଼େ ଚାରି କୋଟି ଓଡ଼ିଆଙ୍କ ଉଦ୍ଦେଶ୍ୟରେ ଏହି ଗୀତଟିକୁ ଉତ୍ସର୍ଗ କରାଯିବ।

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ନୂଆବର୍ଷରେ ଏହି ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଗୀତ ସଂଯୋଜନା ଓ ପ୍ରସ୍ତୁତି ପାଇଁ ଏକାଠି ହୋଇଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ଆଗଧାଡ଼ିର ସମସ୍ତ କଣ୍ଠଶିଳ୍ପୀ। ମୁକ୍ତାକାଶ ତଳେ ହେଲା ମ୍ୟୁଜିକ୍ ସିଟିଂ, କମ୍ପୋଜ ହେଲା ଗୀତ। ଆଭିମୁଖ୍ୟ ଥିଲା ନୂଆବର୍ଷରେ ସବୁ କଣ୍ଠଶିଳ୍ପୀଙ୍କୁ ଏକାଠି କରିବା ତଥା ସେମାନଙ୍କ ମିଳିତ କଣ୍ଠରେ ଏମିତି ଗୋଟିଏ ଗୀତ ପ୍ରସ୍ତୁତ କରିବା ଯାହା ଓଡ଼ିଶାର ନୂଆ ଏକ ପରିଚୟ ବହନ କରିବ।

ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ପରିଚୟକୁ ଆଧାର କରି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏହି ନିଆରା ସଙ୍ଗୀତ ସଂଯୋଜନା କରିଛନ୍ତି। ଏହି ବିଶେଷ ଗୀତଟିକୁ ରଚନା କରିଛନ୍ତି ଗୀତିକାର ବସନ୍ତରାଜ ସାମଲ। ଏଥିରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ସୋନମ ଦାଶ, ସବିଶେଷ ମିଶ୍ର, ବିଶ୍ୱଜିତ ମହାପାତ୍ର, ଦେବକୃପା ମିଶ୍ର, ଅଳକା ଅଭିଲେଖା, ସମୀକ୍ଷା ମିଶ୍ର, ଲୋପାମୁଦ୍ରା ଦାଶ, ଶ୍ରୀୟା ମିଶ୍ର, ପ୍ରଜ୍ଞା ପ୍ରସ୍ମିତା ହୋତା, ଶଶାଙ୍କ ଶେଖର, ବସନ୍ତରାଜ ସାମଲ, ବିଉଟିଫୁଲ୍ ଦାସ କଣ୍ଠ ଦେଇଛନ୍ତି । ଗୀତିକାର ସୁବ୍ରତ ଦାସ, କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ଅସୀମା ପଣ୍ଡା ସୁଟିଂ ଓ ରେକର୍ଡିଂ କାରଣରୁ ଏଥିରେ ଯୋଗ ଦେଇ ପାରିନଥିଲେ କିନ୍ତୁ ସେମାନେ ଏହି ଗୀତରେ କଣ୍ଠଦାନ କରିବେ। ଆଗରୁ ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ଏପରି କେବେ ଘଟିନାହିଁ। ଗୋଟିଏ ଗୀତରେ ୧୫ରୁ ଊର୍ଧ୍ବ କଣ୍ଠଶିଳ୍ପୀ କଣ୍ଠଦାନ କରିବା ନିଶ୍ଚିତ ଭାବରେ ଏକ ବିରଳ ରେକର୍ଡ। ଏଥିପାଇଁ ସମସ୍ତ ଶ୍ରେୟ ମ୍ୟୁଜିକ୍ ସାଇଣ୍ଟିଷ୍ଟ ଭାବେ ଜଣାଶୁଣା ସଫଳ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କୁ ଯିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe